nua o banner

ପୁଣି ବଢିଲା ସୁନା ରୂପା ଦାମ୍, ଜାଣନ୍ତୁ କେତେ…

BSKY banner  750×100

ନୂଆଦିଲ୍ଲୀ : ମଙ୍ଗଳବାର ସୁନା ଆହୁରି ମହଙ୍ଗା ହୋଇଛି । ୨୪ କ୍ୟାରେଟ୍ ସୁନା ଦାମ୍ ୭୧ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପାର କରିଛି । ସେହିଭଳି ରୂପା ଦାମ୍ ୮୧ ହଜାର ଟଙ୍କା ପ୍ରତି କିଲୋରୁ ଅଧିକ ରହିଛି । ଜାତୀୟ ସ୍ତରରେ ୯୯୯ ଶୁଦ୍ଧ ସୁନା ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୭୧୫୦୭ ଟଙ୍କା । ତେବେ ରୂପା ଦାମ୍ ୮୧୭୦୦ ଟଙ୍କା ରହିଛି ।

ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜ୍ବେଲର୍ସ ଆସୋସିଏସନ୍ ଅନୁସାରେ ସୋମବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ୭୧୨୭୯ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ଯାହା ଆଜି ସକାଳେ ୭୧୫୦୭ ଟଙ୍କାରେ ପହଞ୍ଚି ଯାଇଛି ।

ଏଣିକି ଏମିତି ମଧ୍ୟ ଖାଦ୍ୟ ପହଞ୍ଚାଇବ ସ୍ବିଗି

ଅଫିସିଆଲ ଓ୍ବେବସାଇଟ୍ ଅନୁସାରେ ଆଜି ସକାଳେ ୯୯୫ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମର ଦାମ୍ ବୃଦ୍ଧି ପାଇ ୭୧୨୨୧ ଟଙ୍କାରେ ପହଞ୍ଚି ଯାଇଛି । ସେହିଭଳି ୯୧୬(୨୨ କ୍ୟାରେଟ୍) ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ଆଜି ୬୫୫୦୦ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ୭୫୦ ଶୁଦ୍ଧ ସୁନା(୧୮ କ୍ୟାରେଟ୍) ସୁନା ଦାମ୍ ୫୩୬୩୦କୁ ଆସିଛି । ଏହା ବ୍ୟତୀତ ୯୯୯ ଶୁଦ୍ଧ ଏକ କିଲୋ ରୂପା ଦାମ୍ ୮୧୭୦୦ ଟଙ୍କା ଛୁଇଁଛି ।

Comments are closed.