ଏଣିକି ଏମିତି ମଧ୍ୟ ଖାଦ୍ୟ ପହଞ୍ଚାଇବ ସ୍ବିଗି

ନୂଆଦିଲ୍ଲୀ : ସ୍ବିଗି ଜଳପଥରେ ମଧ୍ୟ ନିଜ ଫୁଡ୍ ଡେଲିଭରୀ ସର୍ଭିସ୍ ଆରମ୍ଭ କରିଦେଇଛି । ଜମ୍ମୁ- କଶ୍ମୀରର ଶ୍ରୀନଗରରେ କମ୍ପାନୀ ଏହାକୁ ଆରମ୍ଭ କରିଛି । ସ୍ବିଗି ଜଣାଇଛି କି କମ୍ପାନୀ ଶ୍ରୀନଗରରେ ଡଲ ହ୍ରଦରେ ହାଉସବୋଟ୍ସ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ପାଇଁ ନିଜ ସେବାର ବିସ୍ତାର କରିଛି । କମ୍ପାନୀର ଡେଲିଭରୀ ବୟ ଏହି ହାଉସବୋଟ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସହରର ଫେମସ ଶିକାରା ଡଙ୍ଗା ବ୍ୟବହାର କରିବେ ।

କର୍ମଚାରୀଙ୍କ ପାଇଁ ଭାରତରେ ୭୮ ହଜାର ଘର ନିର୍ମାଣ କରିବ ଆପଲ

prayash

ସ୍ବିଗି କହିଛି କି କମ୍ପାନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶିକାରା ପରିଚାଳକଙ୍କ ସହ ହାତ ମିଳାଇଛି । କମ୍ପାନୀ ୨୦୨୨ରେ ଶ୍ରୀନଗରରେ ନିଜ ସେବା ଆରମ୍ଭ କରିଥିଲା । କହିରଖୁଛୁ କମ୍ପାନୀ ୪ ସହର ବେଙ୍ଗାଲୁରୁ, ଭୁବନେଶ୍ବର, ବିଶାଖାପାଟଣା ଏବଂ ବିଜୟଓ୍ବାଡାରେ ଟ୍ରେନରେ ଲୋକଙ୍କୁ ଖାଦ୍ୟ ପହଞ୍ଚାଇବା ପାଇଁ ଆଇଆରସିଟିସି ସହ ମିଶି କାମ କରୁଛି । କମ୍ପାନୀ ଆଗାମୀ ୬ ମାସରେ ଏହି ସେବାକୁ ୫୯ରୁ ଅଧିକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଆଣିବା ପାଇଁ ଯୋଜନା କରୁଛି ଯାହା ଫଳରେ ଯାତ୍ରୀଙ୍କୁ ଅଧିକ ବିକଳ୍ପ ମିଳିବ ।

Comments are closed.