www.samajalive.in
Tuesday, December 9, 2025
16.1 C
Bhubaneswar

କର୍ମଚାରୀଙ୍କ ପାଇଁ ଭାରତରେ ୭୮ ହଜାର ଘର ନିର୍ମାଣ କରିବ ଆପଲ

ନୂଆଦିଲ୍ଲୀ : ଆମେରିକାର ଟେକ୍ କମ୍ପାନୀ ଆପଲ ଭାରତରେ ୭୮ ହଜାରରୁ ଅଧିକ ଘର ନିର୍ମାଣ କରିବାକୁ ଯାଉଛି । ଗତ ଅଢେଇବର୍ଷ ଭିତରେ ସାରା ଦେଶରେ ୧୫୦,୦୦୦ ଲୋକଙ୍କୁ ଚାକିରି ଦେବା ପରେ ଆପଲ ଏବେ ଭାରତରେ ଚୀନ ଏବଂ ଭିଏତନାମ ଭଳି ଶିଳ୍ପ ମଡେଲ ଆପଣାଇବାକୁ ପ୍ରସ୍ତୁତ ହେଉଛି ।

ଆପଲ ନିଜ କର୍ମଚାରୀଙ୍କ ଆବାସ ସୁବିଧା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଘର ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ କରାଯାଉଛି । ନିଜ କର୍ମଚାରୀଙ୍କୁ ଆବାସ ପ୍ରଦାନ କରିବ ଆପଲ । କୁହାଯାଉଛି କି ଏହି ଯୋଜନା ଅନୁସାରେ ୭୮ ହଜାରରୁ ଅଧିକ ଘର ନିର୍ମାଣ କରାଯିବ । ଏଥିରୁ ସବୁଠୁ ଅଧିକ ପ୍ରାୟ ୫୮ ହଜାର ଘର ତାମିଲନାଡୁରେ ନିର୍ମାଣ ହେବ । ଏହି ଦାୟିତ୍ବ ତାମିଲନାଡୁ ରାଜ୍ୟ ଉଦ୍ୟଗ ସମ୍ବର୍ଦ୍ଧନ ନିଗମ, ଟାଟା ଗ୍ରୁପ୍, ଫକ୍ସକନ୍, ଏସପିଆର ଇଣ୍ଡିଆକୁ ପ୍ରଦାନ କରାଯାଇଛି ।

ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟପିଲା, ନିବେଶକ ଖୁସି

- Advertisement -

କମ୍ପାନୀର ଜଣେ ଅଧିକାରୀ ଜଣାଇଛନ୍ତି କି ପ୍ରବାସୀ ମହିଳା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୧୯ରୁ ୨୪ ବର୍ଷ ମଧ୍ୟରେ ଏବଂ ସେମାନଙ୍କୁ ଭଡାରେ ରହିବାକୁ ପଡୁଛି । କମ୍ପାନୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ବସ ପାଇଁ ଅପେକ୍ଷା କରିବାକୁ ପଡୁଛି । ଏହି ଯୋଜନାରେ କେନ୍ଦ୍ର ସରକାର ମଧ୍ୟ ୧୦ରୁ ୧୫ ପ୍ରତିଶତ ରାଶି ପ୍ରଦାନ କରିବେ । ତେବେ ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ନିର୍ମାଣ କାମ ଶେଷ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories