ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟପିଲା, ନିବେଶକ ଖୁସି

ନୂଆଦିଲ୍ଲୀ : ସୁନା ଦାମ୍ ପୁଣି ବଢିଛି । ୮ ଏପ୍ରିଲରେ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ପ୍ରଥମ ଥର ୭୧ ହଜାର ଟଙ୍କା ପାର୍ କରିଛି । ସେହିଭଳି ରୂପା ଦାମ୍ ମଧ୍ୟ ୮୨ ହଜାର ଟଙ୍କା ପ୍ରତି କିଲୋ ଛୁଇଁଛି ।

ଦ୍ବିପ୍ରହର ୧ଟା ସୁଦ୍ଧା ସୁନା ଦାମ୍ ୦.୩୦ ପ୍ରତିଶତ ବୃଦ୍ଧି ପାଇ ୭୦୮୪୫ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ତେବେ ଅପରାହ୍ନ ସୁଦ୍ଧା ଦାମ୍ ୭୧୦୬୪ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଏହା ବ୍ୟତୀତ ରୂପା ଦାମ୍ ୧.୦୪ ପ୍ରତିଶତ ବୃଦ୍ଧି ସହିତ ୮୧୭୦୦ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି ।

ରେପୋ ରେଟ୍ ଅପରିବର୍ତ୍ତିତ, ଦରବୃଦ୍ଧିକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି

ସୁନା ଦାମ୍ ଲଗାତର ରେକର୍ଡ ଭାଙ୍ଗୁଛି । ଏହି କାରଣରୁ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି ନିବେଶକ । ବୈଶିକ ବଜାର କଥା କହିବା ତ ଏଠାରେ ମଧ୍ୟ ସୁନା ରୂପା ଦାମ୍ ବଢିବାରେ ଲାଗିଛି । କମେକ୍ସରେ ସୁନା ଦାମ୍ ୧୭ ଡଲାର ବୃଦ୍ଧି ସହିତ ୨୩୬୦ ଡଲାର ପ୍ରତି ଆଉନ୍ସ ସ୍ତରରେ ରହିଛି । ସେହିଭଳି ରୂପା ଦାମ୍ ମଧ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି ।

Comments are closed.