ରେପୋ ରେଟ୍ ଅପରିବର୍ତ୍ତିତ, ଦରବୃଦ୍ଧିକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ୩ ଏପ୍ରିଲରେ ଏମପିସି ବୈଠକ ଆରମ୍ଭ ହୋଇଥିଲା । ଆଜି ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଏଥର ମଧ୍ୟ ରେପୋ ରେଟ୍ ସ୍ଥିର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶରେ ଦରବୃଦ୍ଧିକୁ ନଜରରେ ରଖି ସମିତି ଏହି ପଦକ୍ଷେପ ନେଇଛି ।

prayash

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ବୈଠକର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏଥର ମଧ୍ୟ ସମିତି ରେପୋ ରେଟ ସ୍ଥିର ରଖିବା ପାଇଁ ବିଚାର କରିଛନ୍ତି । ଏହାର ଅର୍ଥ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରହିବ । କହିରଖୁଛୁ ଲଗାତର ୭ମ ଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନି ।

Comments are closed.