ନାବଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣା । ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ୧୭ ଜଣ ସାକ୍ଷୀ ଓ ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୂତାର। ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଦୋକାନୀ ଅଜୟ ବେହେରା ନାମରେ ୩୦/୦୫/୨୩ରେ ବାଲେଶ୍ଵର ଜିଲା ଖନ୍ତାପଡ଼ା ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ମାମଲା ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Comments are closed.