www.samajalive.in
Monday, December 15, 2025
14.1 C
Bhubaneswar

ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ଘଟଣାରେ ୨ ଗିରଫ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମରେ ଗତ ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ଦୋଳ ଉତ୍ସବ ଓ ସୋମବାର ହୋଲି ପାଳନ ହୋଇଥିଲା। ହୋଲି ଖେଳବେଳେ ଦୋକାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଦୁର୍ବୃତ୍ତ ଆଠଗଡ଼ ମୁଣ୍ଡଳୀ ରାସ୍ତାର ସହର ନିକଟବର୍ତ୍ତୀ କଇଥ ଛକଠାରେ ଥିବା ସୁରେଶ ସାହୁଙ୍କ ମିଠା ଦୋକାନରେ ପଶି ଭଙ୍ଗାରୁଜା କରିବା ସହିତ ସିସିଟିଭି ଭାଙ୍ଗିଥିଲେ। ଏ ସମ୍ପର୍କରେ ଆଠଗଡ଼ ଥାନାରେ ଦୁଇଟି ପୃଥକ୍ ଏତଲା ହୋଇଥିଲା। ସୁମା ସାହୁଙ୍କ ଅଭିଯୋଗକୁ ଆଧାର କରି ଗୋଟିଏ ଏବଂ ଅନ୍ୟଟି ସୁରେଶ ସାହୁଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି (ସୋମବାର) ଉକ୍ତ ଘଟଣାରେ ଉଭୟ ପକ୍ଷରୁ ପ୍ରଶାନ୍ତ ସାହୁ ଓ ସିଲୁ ବିଶ୍ବାଳ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଉପନିରୀକ୍ଷକ ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories