www.samajalive.in
Sunday, December 14, 2025
26.1 C
Bhubaneswar

ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲାଅତିରିକ୍ତ ଦୌରାଜଜ

କଣ୍ଟାବାଞ୍ଜି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆପଡା ଜିଲ୍ଲା ଧରୁଆଖମାନ ଗାଁର ଶିଶୁ ସୁନାନୀଙ୍କୁ, ତୁରେକେଲା ଥାନା ଅଞ୍ଚଳ ମହୁଲପାଟି ଗାଁ ନିକଟ ଏକ ଘଞ୍ଚ ଜଙ୍ଗଲରେ ହତ୍ୟା କରି, ଆତ୍ମହତ୍ୟାର ରୂପ ଦେଇ ଏକ ଗଛରେ ଟାଙ୍ଗୀ ଦେଇଥିଲା ଅଭିଯୁକ୍ତ ଅଭିଯୁକ୍ତ ଲଳିତ ହଂସ। ଆଜି କଣ୍ଟାବାଞ୍ଜି ଜିଲା ଅତିରିକ୍ତ ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ଅଭିଯୁକ୍ତ ଲଳିତଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଆଇନ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହ 20ହଜାର ଜୋରିମାନା, ଏବଂ ଦଫା ୨୦୧ରେ ୦୭ବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଦେବାପାଇଁ ରାୟ ଶୁଣାଇଛନ୍ତି। ଜୋରିମାନା ଟଙ୍କା ପୈଠ ନକଲେ ଅଧିକ ୨ବର୍ଷ କାରାଦଣ୍ଡରେ ଦଣ୍ଡିତକରିଛନ୍ତି। ଯଦି ଅଭିଯୁକ୍ତ ଜୋରିମାନା ଟଙ୍କା ପୈଠ କଲେ, ଏହି ଟଙ୍କା ମୃତକ ଶିଶୁ ସୁନାନୀଙ୍କ ପାରିବାରକୁ ଦେବାପାଇଁ ରାୟରେ ଉଲ୍ଲେଖ କରିଥିବା ସରକାରୀ ଓ କିଲଙ୍କ ସୂତ୍ରରୁ ଜଣା ପଡିଛି।

ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ବୁଢାଛାପର ଗାଁର ମାଧବ ବାଗ ଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ଖଲାସ କରିଛି କୋର୍ଟ। ଏହି ହତ୍ୟା କାଣ୍ଡ ମାମଲାରେ ୨୭ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ନେଇ ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ରାୟ ଶୁଣାଇଛନ୍ତି। ପ୍ରାପ୍ତ ସୂଚନା ମତେ  ୨୦୨୨ ମସିଆ ଏପ୍ରିଲ ମାସ ୧୫ତାରିଖ ଦିନଘଞ୍ଚ ଜଙ୍ଗଲରେ ଏକ ଶବ ଝୁଲୁଥିବା ଖବର ପାଇଁ, ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଵା ସହ ଏକମାମଲା ରୁଜୁ କରିଥିଲେ। କଣ୍ଟାବାଞ୍ଜି ଡାକ୍ତର ଖାନାରେ ମୃତଦେହ ବ୍ୟବଛେଦ କରି ତଦନ୍ତ ଜାରି ରଖିଥିଲେ। ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ହୋଇଥିବା ଠୋସ ପ୍ରମାଣ ପାଇଁ ଅଭିଯୁକ୍ତ ସାନ ମୂଳା ଗାଁର ଲଳିତ ହଂସ ଓ ବୁଢାଛପରର ମାଧବ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ପୁଲିସ ନିରୀକ୍ଷକ ପ୍ରଣୟ କିଶୋର ମୁର୍ମୁ ତୁରେକେଲା ତଦନ୍ତକାରି ଅଧିକାରୀ ଦାୟିତ୍ବ ନିର୍ବାହ କରିଥିଲେ। ଏହି ମାମଲାରେ ସରକାରୀ ଓକିଲ ଭାବେ ବରିଷ୍ଠ ଆଇନଜୀବୀ କାନନ କିଶୋର ପଣ୍ଡା କେଶ ପରିଚାଳନା କରୁଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories