www.samajalive.in
Sunday, December 14, 2025
18.1 C
Bhubaneswar

ସାଂସଦ ପ୍ରାର୍ଥି ଦ୍ରୌପଦୀଙ୍କ ସହ ନର୍ଲା ଗଡରେ ପ୍ରଚାର କଲେ ଭକ୍ତ ଦାସ

ନର୍ଲା:କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ସୋମବାର ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ସହ ସାଂସଦ ପ୍ରାର୍ଥୀ ଦ୍ରୈପଦୀ ମାଝୀ ଦଳୀୟ ସମର୍ଥକଙ୍କ ସହ ପୂର୍ବାହ୍ନରୁ ପ୍ରଚାର ଆରମ୍ଭ କରିବା ସହ ନର୍ଲା ଶିଶୁ ମନ୍ଦିର ଛକରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଉତ୍ସାହିତ କଂଗ୍ରେସ କର୍ମୀମାନେ ଡିଜେ ଓ ପାରମ୍ପାରିକ ବାଦ୍ୟ ସହିତ ଫୁଲ ତୋଡା ଦେଇ ଉଭୟଙ୍କୁ ସ୍ଵାଗତ କରିଥିଲେ।

ବ୍ଲକ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ବରେ ଦୁଇଶହରୁ ଅଧିକ କର୍ମୀ ଉଭୟଙ୍କୁ ପାଛୋଟି ନେଇ ପ୍ରଥମେ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ଏହାପରେ କର୍ମୀ ମାନଙ୍କ ଗହଣରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରି ନିର୍ବାଚନରେ ନିଶ୍ଚିତ କଂଗ୍ରେସର ବିଜୟ ହେବ ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି ଉଦବୋଧନ ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ ଦୀର୍ଘ ବର୍ଷ ଲୋକସଭାରେ ପ୍ରତିନିଧିତ୍ୱ କରିବା ପରେ ବର୍ତ୍ତମାନ ଗାଁର ଓ ପଲ୍ଲୀର ସେବା କରିବା ଉଦ୍ଦେଶ୍ୟରେ ସେ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀ ବାସୀ ଅତିତରେ ପ୍ରଚୁର ସମର୍ଥନ ଦେଇଛନ୍ତି, ଏବେ ମଧ୍ୟ ସମର୍ଥନ ଦେବେ। ଏଠାରେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ସେ ଦୃଢ଼ ଆଶାବାଦୀ ଥିବା କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories