nua o banner

୧୦ ଏପ୍ରିଲରେ ବଜାଜ ଆଣିବ ନିଜ ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

BSKY banner  750×100

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଲୋକପ୍ରିୟ ବାଇକ ପଲସର ଲାଇନଅପକୁ ବଢାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ୧୦ ଏପ୍ରିଲରେ ନୂଆ ବାଇକ ପଲସର ଏନ୨୫୦ର ବଜାର ପ୍ରବେଶ କରାଇବ । ବାଇକରେ ‘ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ’ ଆସିବ । ଏହାର ପ୍ରାରମ୍ଭିକ ଦାମ୍ ୨.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ ।

ଏଥିରେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ଏଲସିଡି କନସୋଲ ମିଳିବ । ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି, କଲ୍ ମେସେଜ୍ ଆଲର୍ଟ ଏବଂ ଜିପିଏସ୍ ଭଳି ସୁବିଧା ମିଳିବ । କମ୍ପାନୀ ଏହାକୁ ୩ ରଙ୍ଗ ବିକଳ୍ପ ରେସିଂ ରେଡ୍, କାରେବିୟନ ବ୍ଲୁ ଏବଂ ବ୍ରକଲିୟନ ବ୍ଲାକରେ ଆଣିପାରେ ।

ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…

ଏହାର ଫିଚର୍ସରେ ଗିୟର ଇଣ୍ଡିକେଟର, ମୋବାଇଲ ଚାର୍ଜର, ଏଲଇଡି ହେଡଲ୍ୟାମ୍ପ ସାମିଲ । ଏଥିରେ ୨୪୯.୦୭ ସିସିର ୪ ଷ୍ଟ୍ରୋକ୍, ୨ ଭାଲଭ ଅଏଲ କୁଲ୍ଡ ଇଞ୍ଜିନ୍ ମିଳିବ ଯାହା ୨୪.୫ ଏଚପିର ସର୍ବାଧିକ ଶକ୍ତି ଏବଂ ୨୧.୫ ଏନଏମର ସର୍ବାଧିକ ଟର୍କ ଉତ୍ପନ କରିଥାଏ । ଟ୍ରାନ୍ସମିଶନ କଥା କହିବା ତ ଇଞ୍ଜିନରେ ୫ ସ୍ପିଡ୍ ଗିୟରବକ୍ସ ମିଳିବ ।

Comments are closed.