www.samajalive.in
Sunday, December 7, 2025
26.1 C
Bhubaneswar

ସେନାବାହିନୀର ଶୌର୍ଯ୍ୟ ଓ ବଳିଦାନ ଭାରତକୁ ଶକ୍ତିଶାଳୀ କରିଛି : ରାଜନାଥ

ନୂଆଦିଲ୍ଲୀ :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟଠାରେ ‘ଥଲସେନା ଭବନ’(ସ୍ଥଳସେନା ଭବନ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ସେନାବାହିନୀ କର୍ମଚାରୀଙ୍କର ଶୌର୍ଯ୍ୟ ଓ ବଳିଦାନ ଯୋଗୁଁ ଭାରତ ଆଜି ଏକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଏହି ଅଟ୍ଟାଳିକା ଯାନବାହାନ ଜନିତ ବାୟୁ ପ୍ରଦୂଷଣକୁ ରୋକିବାରେ ମଧ୍ୟ ସହାୟତା କରିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସେନାବାହିନୀର ଏହି ନୂଆ ମୁଖ୍ୟ କାର୍ଯ୍ୟାଳୟ ମନେକ୍‍ଶା କେନ୍ଦ୍ର ନିକଟରେ ୩୯ ଏକର ଜମିରେ ସ୍ଥାପିତ ହୋଇଛି । ବହୁ ତଳବିଶିଷ୍ଟ ଏହି ଅଟ୍ଟାଳିକାରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟକରିପାରିବେ ଓ ସେନାବାହିନୀର ସମସ୍ତ କାର୍ଯ୍ୟାଳୟ ଏହା ମଧ୍ୟରେ ରହିବ। ନବଗଠିତ ଚିଫ୍‍ ଅଫ ଡିଫେନ୍ସ ଷ୍ଟାଫ୍‍ ଓ ସିଡିଏସ୍‍ କାର୍ଯ୍ୟାଳୟ ଏହା ମଧ୍ୟରେ ରହିବ। ପ୍ରାୟ ୭ଲକ୍ଷ ୫୦ ହଜାର ବର୍ଗମିଟର ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଓ ପାର୍କିଂ ପାଇଁ ରଖାଯାଇଛି। ୫ ବର୍ଷ ଭିତରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିପୂଜନ ସମୟରେ ଏକ ସର୍ବଧର୍ମ ପ୍ରାର୍ଥନାସଭାର ଆୟୋଜନ କରାଯାଇଥିଲା

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories