ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ: ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ,ଖୋର୍ଦ୍ଧାରେ ସର୍ବାଧିକ, ନୂଆପଡାରେ ସର୍ବନିମ୍ନ

କଟକ: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୬.୩୯ ପ୍ରତିଶତ ରହିଛି। ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ସେହିପରି କଟକରେ ୯୭.୫୮, ଜଗତସିଂହପୁରରେ ୯୭.୬୦ ପ୍ରତିଶତ, କେନ୍ଦ୍ରାପଡା ୯୫.୭୭, ଯାଜପୁରରେ ୯୫.୯୨ ପ୍ରତିଶତ, ଢେଙ୍କାନାଳ ୯୫.୧୨, ପୁରୀରେ ୯୬.୭୬ , ନୟାଗଡ ୯୬.୨୩, ବାଲେଶ୍ଵର ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮ ପ୍ରତିଶତ ପାସ୍ ହାର ରହିଛି। ଚଳିତବର୍ଷ ନୂଆପଡାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍‌ହାର ରହିଛି।

Comments are closed.