ଭୋପାଳ: କଫ୍ ସିରଫ୍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍ ଫାର୍ମା’ର ମାଲିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକ ଏସ୍.ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ରଙ୍ଗନାଥଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୁଲିସ । କୋଲଡ୍ରିଫ୍ କଫ୍ ସିରଫ୍ ପିଇ ମଧ୍ୟପ୍ରଦେଶରେ ୨୧ଜଣ ଶିଶୁଙ୍କ ଜୀବନ ଯାଇଛି । ପୁଲିସ ସମ୍ପ୍ରତି କମ୍ପାନୀ ମାଲିକ ଏବଂ ପ୍ରେସକ୍ରିବର୍ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂଚନା ଅନୁସାରେ ଏସ୍ ରଙ୍ଗନାଥନ୍ଙ୍କୁ ଆଜି କୋର୍ଟରେ ହାଜର କରାଯିବ ଏବଂ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୁଲିସ । ମଧ୍ୟପ୍ରଦେଶରେ, ଛିନ୍ଦୱାରା, ବେତୁଲ ଏବଂ ଅନ୍ୟାନ୍ୟ କୋଲଡ୍ରିଫ୍ କଫ୍ ସିରପ୍ ଯୋଗୁଁ ୨୧ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ମଧ୍ୟପ୍ରଦେଶ ସରକାର ସିରପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପଞ୍ଜାବ ଏବଂ ରାଜସ୍ଥାନରେ ମଧ୍ୟ କଫ୍ ସିରପ୍ ଉପରେ ପ୍ରତିବାନ୍ଧକ ଲଗାଯାଇଛି ।



