www.samajalive.in
Monday, December 8, 2025
17.1 C
Bhubaneswar

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ ୱାର୍ଡର ୱାର୍ଡସଭ୍ୟ ସପ୍ତାହେ ପରେ ଘରକୁ ଫେରିଛନ୍ତି । ୱାର୍ଡସଭ୍ୟ ଧନେଶ୍ୱର ସେଠୀ ଘରକୁ ଫେରିଥିବା ସୂଚନା ମିଳିଛି । ଅପହରଣକାରୀମାନେ ତାଙ୍କୁ ଛାଡି ଦେଇଥିବା ସେ କହିଛନ୍ତି । ସ୍ଥାନୀୟ କିଛି ଲୋକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍‍ ପୂର୍ବରୁ ଧନେଶ୍ୱରଙ୍କୁ ଅପହରଣ କରାଯାଇଥିଲା । ଏନେଇ ତାଙ୍କ ପରିବାର ଓ ନାଏବ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ । ୱାର୍ଡମେମ୍ବରଙ୍କୁ ଅପହରଣ ଯୋଗୁଁ କାଲି ସ୍ଥଗିତ ରଖାଯାଇଥିଲା ଅନାସ୍ଥା ଭୋଟିଂ । ତେବେ କିଏ ଓ କାହିଁକି ଧନେଶ୍ୱରଙ୍କୁ ଅପହରଣ କରିଥିଲା ସେନେଇ ପୁଲିସ ଖୋଳତାଡା ଜାରି ରଖିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories