www.samajalive.in
Monday, December 15, 2025
26.1 C
Bhubaneswar

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ ଶୌଚାଳୟ ଓ ଦୋକାନ ଗୃହ ଭାଙ୍ଗି ଯାଇଛି। ଲଘୁଚାପ ଓ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜୁଆରିଆ ହେବା ସହ ମଙ୍ଗଳବାର ଅଧ ରାତିରୁ ଉଗ୍ର ରୂପ ଧାରଣ କରିଛି। ଜୁଆର ମାଡ଼ରେ ତାଳସାରି ବେଳାଭୂମିରେ ଥିବା ଶୌଚାଳୟ ଭାଙ୍ଗି ନଷ୍ଟ ହେବା ସହିତ ୨ଟି ଦୋକାନ ଗୃହ ସମୁଦ୍ର ଗର୍ଭକୁ ଚାଲି ଯାଇଛି। ଯାହା ବେଳାଭୂମିର ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛି।

ସୂଚନାଯୋଗ୍ୟ, ପ୍ରାୟ ୫ ବର୍ଷ ପୂର୍ବରୁ ବାତ୍ୟା ୟସ୍‌ର ତାଣ୍ଡବରେ ବେଳାଭୂମିରେ ସବୁ କିଛି ଛାରଖାର ହୋଇଯାଇଥିଲା। ଗଙ୍ଗା ମାତା ବହୁମୁଖୀ ସାମୁଦ୍ରିକ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ପକ୍ଷରୁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପର୍ଯ୍ୟଟକଙ୍କ ପାଇଁ ୮ଟି ଶୌଚାଳୟ ଓ ୨ଟି ଗାଧୁଆ ଘର ନିର୍ମାଣ କରାଯାଇଥିଲା। ଶୌଚାଳୟ ପାଖରେ ବ୍ୟବସାୟୀ ଦୋକାନ ଘର କରି ପରିବାର ଚଳାଇ ଆସୁଥିଲେ। ମାତ୍ର ଜୁଆର ମାଡ଼ରେ ସବୁକିଛି ସମୁଦ୍ର ଗର୍ଭକୁ ଚାଲି ଯାଇଛି। ବିନ୍ଧା ପଦ୍ମପୁର ଗାଁର ରବୀନ୍ଦ୍ର ପାତ୍ର, କାଞ୍ଚନ ଗଙ୍ଗାଇ ଓ ବରବରିଆ ଗାଁର କାମିନୀ ପାତ୍ରଙ୍କ ଜଳଖିଆ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। ସମୁଦ୍ରର ଏଭଳି କରାଳ ରୂପକୁ ଦେଖି ବେଳାଭୂମିର ଅନ୍ୟ ବ୍ୟବସାୟୀ ଚିନ୍ତାରେ ପଡିଛନ୍ତି। ଖାଲି ସେତିକି ନୁହେଁ, ମତ୍ସ୍ୟଜୀବୀଙ୍କ ସମସ୍ୟା ମଧ୍ୟ ତାଠାରୁ ବଳି ଯାଇଛି।

- Advertisement -

ଏବର ରାଷ୍ଟ୍ରପତି ତଥା ତତ୍କାଳୀନ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଦୌପଦୀ ମୁର୍ମୁଙ୍କ ଦ୍ୱାରା ୨୦୦୩ ମସିହାରେ ୧ କୋଟି ୫୭ ଲକ୍ଷ ୪୨ ହଜାର ୩୯୮ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତି ବିପଦ ସୃ​‌ଷ୍ଟି ହୋଇଛି। ମତ୍ସ୍ୟ କମିଟିର ସଭାପତି ସୁରେନ୍ଦ୍ର ନାଥ ଗଙ୍ଗାଇ ସମସ୍ୟା ସମ୍ପର୍କରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ତହସିଲଦାର ସୂର୍ଯ୍ୟ କୁମାର ନାୟକଙ୍କୁ ଅବଗତ କରିଛନ୍ତି। ତୁରନ୍ତ ଏହାର ସୁରକ୍ଷା ସହିତ କ୍ଷତିଗ୍ରସ୍ତ ବ୍ୟବସୟୀଙ୍କୁ ଥଇଥାନ ସମ୍ପର୍କରେ କଥା ହୋଇଛନ୍ତି।

ସୂଚନା ଥାଉକି, ଉଦୟପୁର-ତାଳସାରି ୨.୬ କିମି ସୁଦୃଢ଼ ପଥର ବନ୍ଧ ନିର୍ମାଣ ହେବା ପରେ ତାଳସାରି ଏବେ ବିପଦ ସଙ୍କେତ ଉପରେ ରହିଛି। ସୁବର୍ଣ୍ଣଦୀପର ଝାଉଁ ଜଙ୍ଗଲ କ୍ରମାଗତ ଭାବେ କ୍ଷୟ ହେବା ସହିତ ତାଳସାରି ମତ୍ସ୍ୟ ଅବତରଣ କେନ୍ଦ୍ର ଉପରେ ସମୁଦ୍ର ଦାଉ ସାଧିଲାଣି। ଏ ନେଇ ସୁଚିନ୍ତିତ ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼ିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories