www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ ୧୧, ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି) ଘୋଷଣା କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆରେଜଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧୁବନି ଜିଲାର ଦୁଇଟି ଆସନ ଯଥା ରାଘୋପୁର ଓ ଫୁଲପରାସରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡିଛି। ରାଘୋପୁର ଆରଜେଡିର ଦୁର୍ଗ କୁହାଯାଉଥିବାବେଳେ ଗତ ନିର୍ବାଚନରେ ଫୁଲପରାସ ଆସନରୁ ଜେଡିୟୁର ଶୀଲା କୁମାରୀ ବିଜୟୀ ହୋଇଥିଲେ। ୨୦୨୦ ନିର୍ବାଚନରେ ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ ଏକକ ବୃହତ୍ତମ ଦଳର ମାନ୍ୟତାଲାଭ କରିଥିଲା।

ଏହି ନିର୍ବାଚନରେ ଏନଡିଏ ୧୨୫ ଏବଂ କଂଗ୍ରେସ-ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ ୧୧୦ ଆସନ ହାତେଇଥିଲେ। ଅନ୍ୟ କେତେକ ଆସନରେ ଆରଜେଡି ପ୍ରାର୍ଥୀ ସ୍ବଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେବାରୁ ଏନଡିଏ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା। ଏଥର ଦରଭଙ୍ଗା, ସମସ୍ତିପୁର ଏବଂ ମଧୁବନିକୁ ନେଇ ଗଠିତ ମିଥିଳାଞ୍ଚଳରେ ଆରଜେଡି ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ରାଘୋପୁର ଆସନରୁ ଲାଲୁପ୍ରସାଦ ଯାଦବ ଓ ରାବ୍ରୀ ଦେବୀ ବିଜୟୀ ହୋଇଥିବାବେଳେ ୨୦୨୦ରେ ତେଜସ୍ବୀ ଏହି ଆସନ ହାତେଇବାରେ ସଫଳ ହୋଇଥିଲେ। ଏଥର ରାଘୋପୁର ଆସନରୁ ନିର୍ବାଚନ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଲଢୁଥିବାରୁ ଏଠାରେ ଜିତିବା ତେଜସ୍ବୀଙ୍କ ପାଇଁ କଷ୍ଟକର ହୋଇପାରେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories