www.samajalive.in
Monday, December 8, 2025
13.1 C
Bhubaneswar

କେରଳରେ ବର୍ଷା ବିତ୍ପାତ, ୧୧ ମୃତ

ତିରୁଅନନ୍ତପୁରମ : କେରଳରେ ପ୍ରାୟ ଏକ ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି। ଏହି ପ୍ରାକ୍‌-ମୌସୁମୀ ବର୍ଷାରେ ଏପର୍ଯ୍ୟନ୍ତ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାଜ୍ୟର ୮ ଜିଲା ଯଥା ତିରୁଅନନ୍ତପୁରମ, ପଟନମଥିଟ୍ଟା, ଆଲାପୁଜା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, କୋଜିକୋଡ ଏବଂ କନ୍ନୁର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୦ ମିଲିମିଟର ବର୍ଷା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ କେ.ରାଜନ ସୂଚନା ଦେଇଛନ୍ତି। ମୃତ ୧୧ ମଧ୍ୟରୁ ୬ ଜଣ ପାଣିରେ ବୁଡି ପ୍ରାଣ ହରାଇଥିବାବେଳେ ଜଳାଶୟକୁ ଖସି ୨ ଜଣ, ବଜ୍ରପାତରେ ୨ ଜଣ ଏବଂ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଛି। ପୁନଶ୍ଚ ବର୍ଷା ଯୋଗୁଁ ୧୫ଟି ବାସଗୃହ ଧରାଶାୟୀ ହୋଇଥିବାବେଳେ ୨୧୮ ଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରିଲିଫ୍‌ ଓ ଆବଶ୍ୟକ ସହାୟତା ଯୋଗାଇବାକୁ ଏନ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୁଲିସକୁ ନିୟୋଜିତ କରାଯାଇଛି। କୋଚି ଓ ଆଲୁଭା ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଥିବା ଜଣାପଡିଛି। ବର୍ଷା ପ୍ରଭାବିତ ଅଞ୍ଚଳରୁ ୨୨୩ ଲୋକଙ୍କୁ ଉଦ୍ଧାର କରାଯାଇ ୮ଟି ରିଲିଫ୍‌ ଶିବିରରେ ଥଇଥାନ କରାଯାଇଛି। ଆଗାମୀ ଦୁଇ ତିନିଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୋଜିକୋଡ୍‌, ମାଲାପୁରମ, ଏର୍ଣ୍ଣାକୁଲମ ଏବଂ ତିରୁଅନନ୍ତପୁରମରେ ରିଲିଫ୍‌ ଶିବିର ଖୋଲାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତିରଅନନ୍ତପୁରମରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories