www.samajalive.in
Saturday, December 6, 2025
26.1 C
Bhubaneswar

ଆଜି କୋଲକାତା ନାଇଟ୍ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ଚେନ୍ନଇ : ରବିବାର ଏଠାରେ ଚଳିତ ଆଇପିଏଲ୍‌ର ୧୭ଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏହି ମୁକାବିଲା ହେବ। ଆସନ୍ତୁ ନଜର ପକାଇବା ଏହି ବହୁ ପ୍ରତୀକ୍ଷିତ ଫାଇନାଲ ମୁକାବିଲାର ୪ଟି ରୋଚକ ତଥ୍ୟ ଉପରେ।
୧. ଅଷ୍ଟ୍ରେଲୀୟ ଭାବେ ହ୍ୟାଟ୍ରିକ୍ ଦ୍ବାରରେ କମିନ୍‌ସ
ଯଦି ଫାଇନାଲରେ ଜିତି ସନ୍‌ରାଇଜର୍ସ ଚମ୍ପିଆନ୍‌ ହୁଏ; ତେବେ ପ୍ୟାଟ୍‌ କମିନ୍‌ସ ହ୍ୟାଟ୍ରିକ୍‌ ଅର୍ଜନ କରିବେ। ୩ୟ ଅଷ୍ଟ୍ରେଲୀୟ ଭାବେ ହାଇଦରାବାଦ ଫ୍ରାଞ୍ଚାଇଜିର ଅଧିନାୟକ ଭାବେ କମିନ୍‌ସ ଦଳକୁ ଟ୍ରଫି ଜିତାଇବେ। ୨୦୦୯ରେ ହାଇଦରାବାଦ ଫ୍ରାଞ୍ଚାଇଜି ଡେକାନ୍‌ ଚାର୍ଜର୍ସ ଚମ୍ପିଆନ୍‌ ହୋଇଥିବା ବେଳେ ଆଡାମ୍ ଗିଲ୍‌ଖ୍ରୀଷ୍ଟ ଦଳର ଅଧନାୟକ ଥିଲେ। ୨୦୧୬ରେ ସନ୍‌ରାଇଜର୍ସ ଚମ୍ପିଆନ୍ ହୋଇଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ଅଧିନାୟକ ଥିଲେ।
୨. ଫାଇନାଲରେ ମୁହାଁମୁହିଁ ୨ ସବୁଠାରୁ ମହଙ୍ଗା ଖେଳାଳି
ରବିବାର ଫାଇନାଲରେ ଚଳିତ ସଂସ୍କରଣର ଦୁଇ ସବୁଠାରୁ ମହଙ୍ଗା ଖେଳାଳି ମୁହାଁମୁହିଁ ହେବେ। କେକେଆର୍‌ର ବାମହାତି ଫାଷ୍ଟବୋଲର ମିଚେଲ ଷ୍ଟାର୍କଙ୍କ ମୂଲ୍ୟ ୨୪.୭୫ କୋଟି ଟଙ୍କା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ସାଥୀ ଖେଳାଳି ତଥା ସନ୍‌ରାଇଜର୍ସର ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କ ମୂଲ୍ୟ ୨୦.୫୦ କୋଟି ଟଙ୍କା।
୩. ଭାରତୀୟ ଟି୨୦ ବିଶ୍ବକପ୍‌ ଦଳର କୌଣସି ଖେଳାଳି ମ୍ୟାଚ୍‌ରେ ନାହାନ୍ତି
ରବିବାର ସନ୍‌ରାଇଜର୍ସ-କେକେଆର୍‌ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିବା କୌଣସି ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ। ରାଜସ୍ଥାନ-ଆର୍‌ସିବି ଫାଇନାଲ ହୋଇଥିଲେ ଭାରତୀୟ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳର କିଛି ଖେଳାଳିଙ୍କ ଦେଖିବାକୁ ମିଳିଥାଆନ୍ତା।
୪. ଚଳିତବର୍ଷ ନୂଆ ଚମ୍ପିଆନ୍‌ ଦଳ ଦେଖିବାକୁ ମିଳିବ ନାହିଁ
ରବିବାର ଫାଇନାଲରେ କେକେଆର୍‌ ଓ ସନ୍‌ରାଇଜର୍ସ ମଧ୍ୟରୁ ଯେଉଁ ଦଳ ଚମ୍ପିଆନ୍ ହେଲେ ମଧ୍ୟ ଚଳିତବର୍ଷ ନୂଆ ଚମ୍ପିଆନ୍‌କୁ ଦେଖିବାକୁ ମିଳିବ ନାହିଁ। କେକେଆର୍‌ ୨୦୧୨ ଓ ୨୦୧୪ରେ ଆଇପିଏଲ୍‌ ଟ୍ରଫି ଜିତିଥିବା ବେଳେ ସନ୍‌ରାଇଜର୍ସ ୨୦୧୬ରେ ଚମ୍ପିଆନ୍ ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories