www.samajalive.in
Saturday, December 6, 2025
16.1 C
Bhubaneswar

ପୁଣେ ପୋର୍ସେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକର ଜେଜେ ଗିରଫ

ପୁଣେ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ନାବାଳକ ଚଳାଉଥିବା ପୋର୍ସେ କାର୍‌ ଦୁର୍ଘଟଣାରେ ପୁଲିସ ଶନିବାର ଅଭିଯୁକ୍ତଙ୍କ ଜେଜେବାପାଙ୍କୁ ଗିରଫ କରିଛି। ଅଦାଲତରେ ହାଜର କରାଯିବା ପରେ ବିଚାରପତି ତାଙ୍କୁ ଚଳିତମାସ ୨୮ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ ନାବାଳକ ଓ ତାଙ୍କର ବ୍ୟବସାୟୀ ପିତାଙ୍କୁ ଗିରଫ କରିସାରିଛି। ଦୁର୍ଘଟଣା ସମୟରେ ନାବାଳକ ଜଣକ କାର୍‌ ଚଳାଉଥିବାବେଳେ ଏହି ଦୋଷ ମୁଣ୍ଡାଇବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଡ୍ରାଇଭରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ଡ୍ରାଇଭର କୌଣସି ସର୍ତ୍ତରେ ରାଜି ନ ହେବାରୁ ପରିବାର ପକ୍ଷରୁ ବିଭିନ୍ନ ପ୍ରକାର ଧମକ ମଧ୍ୟ ଦିଆଯାଇଥିଲା। ଅଭିଯୁକ୍ତଙ୍କ ଜେଜେବାପା ସଂପୃକ୍ତ ଡ୍ରାଇଭରଙ୍କୁ ଦୁଇଦିନ ଗୋଟିଏ ଘରେ ବନ୍ଦ କରି ରଖିଥିଲେ ବୋଲି ଡ୍ରାଇଭରଙ୍କ ପକ୍ଷରୁ ଦାଏର କରାଯାଇଥିବା ଏତଲାରେ ଦର୍ଶାଯାଇଛି। ଏତଲାକୁ ଆଧାର କରି ପୁଲିସ ଜେଜେବାପାଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି ବୋଲି ପୁଣେ ପୁଲିସ କମିସନର ଅମିତେଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁର୍ଘଟଣା ଘଟିବାର କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲ ଡ୍ରାଇଭରଙ୍କୁ ଫୋନ୍‌ କରି ପ୍ରବଳ ଅର୍ଥଲୋଭ ଦେଖାଇଥିଲେ। ଅଭିଯୁକ୍ତ ସେଦିନ କାର୍‌ ଚଳାଉଥିବାବେଳେ ଡ୍ରାଇଭର ପଛ ସିଟ୍‌ରେ ବସିଥିଲେ। ପୁଲିସ ନିକଟରେ ନାବାଳକ ପୁତ୍ରକୁ ଦୋଷମୁକ୍ତ ପ୍ରମାଣିତ କରିବାକୁ ବିଶାଲ ସମସ୍ତ ଉଦ୍ୟମ ଜାରି ରଖିଥିଲେ। ତେବେ ଡ୍ରାଇଭର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା। ସୂଚନାଯୋଗ୍ୟ ନାବାଳକ ଜଣକ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ସାଙ୍ଗମାନଙ୍କ ସହ ମିଶି ପ୍ରଥମେ ପବ୍‌ରେ ବସି ପ୍ରଚୁର ମଦ୍ୟପାନ କରିଥିଲେ। ଏହାପରେ ସେମାନେ ପୋର୍ସେ କାର୍‌ରେ ଦ୍ରୁତଗତିରେ ଯାଉଥିବାବେଳେ ରାତି ପ୍ରାୟ ୨ଟା ସମୟରେ ବାଇକ୍‌ରେ ଯାତ୍ରା କରୁଥିବା ଦୁଇଜଣ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଅଶ୍ବିନୀ କୋଷ୍ଠା ଓ ଅନିଶ ଅୱାଧିଆ ନାମକ ଏହି ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ର ପୁଲିସ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଥିଲା। ତେବେ ଦୁର୍ଘଟଣା ଘଟିବାର ୧୫ ଘଣ୍ଟା ମଧ୍ୟରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିବାବେଳେ ଶୁକ୍ରବାର ୟେରୱାଡା ଥାନାର ଇନିସପେକ୍ଟର ରାହୁଲ ଜଗଦଲେ ଓ ସବ୍‌ ଇନିସପେକ୍ଟର ବିଶ୍ବନାଥ ତୋଡକରୀଙ୍କୁ ନିଲମ୍ବନ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories