www.samajalive.in
Sunday, December 7, 2025
26.1 C
Bhubaneswar

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆମେରିକା ଗସ୍ତ

ଡେସ୍କ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ କ୍ରିକେଟରଙ୍କ ପ୍ରଥମ ଦଳ ଆମେରିକା ଅଭିମୁଖେ ଯାତ୍ରା କରିଛି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଶୀର୍ଷ ମାନ୍ୟତାପ୍ରାପ୍ତ ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଏବଂ ଅନ୍ୟ କିଛି ଖେଳାଳି ମୁମ୍ବାଇ ବିମାନ ବନ୍ଦରରୁ ଯାତ୍ରା କରୁଛନ୍ତି। ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଖଲିଲ ଅହମ୍ମଦ, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ସମେତ ଅନ୍ୟ ଖେଳାଳିମାନେ ଏହି ଦଳରେ ସ୍ଥାନ ପାଇଛନ୍ତି।

ଭୁଲ୍ ରାସ୍ତା ଦେଖାଇଲା ଗୁଗଲ୍ ମ୍ୟାପ୍ , ଆଉ ତାପରେ….

- Advertisement -

ପ୍ଲେ ଅଫରେ ପହଞ୍ଚିଥିବା ଆଇପିଏଲ୍ ଦଳରେ ସ୍ଥାନ ପାଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମେତ କିଛି ଖେଳାଳି ଏପର୍ଯ୍ୟନ୍ତ ଟି-୨୦ ଟୁର୍ଣ୍ଣାମେଣ୍ଟକୁ ଯାଇନାହାନ୍ତି। ତେଣୁ ଯଶସ୍ୱୀ ଜୟସ୍ୱାଲ, ସଞ୍ଜୁ ସାମସନ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଏପର୍ଯ୍ୟନ୍ତ ଦଳରେ ସାମିଲ ହୋଇନାହାନ୍ତି। ଜୁନ୍ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୫ରେ ନ୍ୟୁୟର୍କର ନବନିର୍ମିତ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଜୁନ୍ ୯ରେ ଭାରତ ପାକିସ୍ତାନକୁ ଭେଟିବା ପରେ ଗ୍ରୁପ୍ ‘ଏ’ରେ ସହ ଆୟୋଜକ ଆମେରିକା (ଜୁନ୍ ୧୨) ଓ କାନାଡ଼ା (ଜୁନ୍ ୧୫)କୁ ଭେଟିବ। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଭାରତ ବିଜୟୀ ହୋଇଥିଲା।

୫୮ଟି ଲୋକସଭା ଆସନରେ ମତଦାନ ଶେଷ, ମତଦାନ ହାର ୬୧.୭୬%

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories