ଶନିବାର ରାଶିଫଳ: ଅତି ସତର୍କତାର ସହ ଚଳିବାକୁ ପଡ଼ିବ

ମେଷ- ଆଜି ଦିନ ଏଗାରଟା ଛଅ ମିନିଟ୍‌ ପର୍ଯ୍ୟନ୍ତ ଅତି ସତର୍କତାର ସହ ଚଳିବାକୁ ପଡ଼ିବ। ଅବଶିଷ୍ଟ ସମୟ ପରମ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ନାନା ସୁଖର ଅଧିକାରୀ ହେବେ।

ବୃଷ- କାର୍ଯ୍ୟରେ ସହାୟତା ମିଳିବ। ନିର୍ଭରଶୀଳ ନ ହୋଇ ସ୍ବୟଂ ପ୍ରଜ୍ଞାବଳରେ ପ୍ରତିକ୍ଷେତ୍ରରେ ଓ ପ୍ରତି କାର୍ଯ୍ୟରେ ସଫଳତା ପାଇବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ।

ମିଥୁନ- ଶତ୍ରୁର ବିନାଶ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ରହିବେ।

କର୍କଟ- ଧର୍ମ ସଭାରେ ପ୍ରବକ୍ତାଭାବେ ଯୋଗ ଦେବାର ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ବ୍ୟବସାୟରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ।

ସିଂହ- କାର୍ଯ୍ୟ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ପ୍ରାପ୍ତ ହେବ। କିଛି କାର୍ଯ୍ୟରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା- ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥ ଆସି ଆପଣଙ୍କ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବ। ଦେବ ଦର୍ଶନ ପାଇଁ ଅଲୌକିକି ଶକ୍ତିସମ୍ପନ୍ନ ହେବେ। ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ତୁଳା- ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। ହୃଷ୍ଟଚିତ୍ତ ହେବେ।

ବିଛା- ଆୟ ଆଶାନୁରରୂପ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସ୍ନେହ, ସମ୍ପର୍କ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ- ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଚକ୍ଷୁ ଚିକିତ୍ସାରେ ଧନ ବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ସାହସୀ ହେବେ।

ମକର- ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତିଯୋଗିତାରେ କୃିତିତ୍ବ ହାସଲ କରିବେ। ଅର୍ଥ ପ୍ରାପ୍ତ ହେବ।

କୁମ୍ଭ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦୟାଳୁ ସ୍ବଭାବର ହେବେ। ନିଜ ଜ୍ଞାନାଲୋକରେ ଅନ୍ୟର ପଥ ପ୍ରର୍ଦଶକ ହେବେ।

ମୀନ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ନିର୍ଭରଶୀଳ ଓ ଅନୁଗତମାନଙ୍କର ପ୍ରଶଂସାଭାଜନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

Comments are closed.