www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ: ରାସ୍ତାରେ ପ୍ରସବ କଲେ ମହିଳା, ଚାଲିଗଲା ଜୀବନ

ନୟାଗଡ: ସରକାର ଗ୍ରାମାଞ୍ଚଳ​‌ରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠିକି ଯିବାକୁ ଭଲ ରାସ୍ତା ଖଣ୍ଡିଏ ବି ନାହିଁ। ଗାଁର କାହାରି ଦେହ ଖରାପ ହେଲେ ଯାଇପାରୁନି ଆମ୍ପୁଲାନ୍ସ। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରେ। ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଶନିବାର ଗାଁର  ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ଯାଇଥିଲା। ହେଲେ ରାସ୍ତା ଖରାପ ଯୋଗୁଁ କଣପାଜୁ ଗାଁଠାରୁ ପ୍ରାୟ ୨ କିମି ଦୂରରେ  ଆମ୍ବୁଲାନ୍ସ ଅଟକି ରହିଥିଲା । ପରିବାର ଲୋକ ସବିତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିଲେ। ତେବେ ସେମାନେ ପ୍ରାୟ ୧ କିଲୋମିଟର ଆସିବା ପରେ ସବିତାଙ୍କ ଗର୍ଭଯନ୍ତ୍ରଣା ବଢ଼ି ଯାଇଥିଲା ଓ ସେ ବାଟରେ ପ୍ରସବ କରିଥିଲେ। ଏହା ପରେ ଉଭୟ ମା’ ଓ ଛୁଆକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଏବଂ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେଠାରେ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଏବେବି ମେଡିକାଲରେ ନବଜାତ ଶିଶିର ଚିକିତ୍ସା ଜାରି ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories