www.samajalive.in
Sunday, December 7, 2025
18.1 C
Bhubaneswar

ଡାନ୍ସ ଦିଓ୍ବାନେ-୪: ବାଜି ମାରିଲେ ନିତିନ ଓ ଗୌରଗ

ମୁମ୍ବଇ: କଲର୍ସ ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଡାନ୍ସ ଦିଓ୍ବାନେ-୪’କୁ ମିଳିଯାଇଛି ଏହାର ବିଜେତା। ଶନିବାର ରାତିରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ନିତିନ ଓ ଗୌରଗ ବିଜୟ ମୁକୁଟ ପିନ୍ଧିଛନ୍ତି। ଏହି ଅବସରରେ ବିଜେତାଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ମାଧୁରୀ ଦୀକ୍ଷିତ ଓ ସୁନୀଲ ଶେଟ୍ଯୀଙ୍କ ଶୋ’ର ଫାଇନାଲରେ ୬ ଫାଇନାଲିଷ୍ଟ ଯୋଡ଼ିଙ୍କ ମଧ୍ୟ କଡ଼ା ଟକ୍କର ହୋଇଥିଲା। ଶେଷରେ ୫ ଯୋଡ଼ିଙ୍କୁ ପଛରେ ପକାଇ ନିତିନ-ଗୌରଗଙ୍କ ଯୋଡ଼ି ବିଜେତା ଟ୍ରଫି ହାସଲ କରିଛନ୍ତି। ବେଙ୍ଗାଲୁରୁର ନିତିନ ଓ ଦିଲ୍ଲୀର ଗୌରବ ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ହିଁ ପରସ୍ପରଙ୍କୁ ସାହାଯ୍ୟ କରି ଆସୁଥିଲେ ଏବଂ ନିଜ ଦମ୍‌ଦାର୍‌ ନୃତ୍ୟ ଜରିଆରେ ଦର୍ଶକଙ୍କ ସହ ବିଚାରକଙ୍କ ପ୍ରିୟ ହୋଇପାରିଥିଲେ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories