www.samajalive.in
Monday, December 15, 2025
24.1 C
Bhubaneswar

ଦୀପିକାଙ୍କ ସ୍ପଷ୍ଟୋକ୍ତି

ନିକଟରେ ବଲିଉଡର ବାଜିରାଓ ରଣବୀର ସିଂ ଓ ମସ୍ତାନୀ ଦୀପିକା ପାଦୁକୋନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିଦେଶରେ ବର୍ଣ୍ଣାଢ୍ୟ ବିବାହ ପରେ ଦୁହେଁ ମୁମ୍ବଇରେ ମଧ୍ୟ ଏକ ଭୋଜି ଆୟୋଜିତ କରିଥିଲେ। ଏଥିରେ ନାମୀଦାମୀ କଳାକାରମାନେ ଯୋଗଦେଇଥିଲେ, ତେବେ ଗଣମାଧ୍ୟମ ଖୋଜୁଥିବା ଯୋଡ଼ିକୁ ସେଠାରେ ଦେଖିବାକୁ ମିଳିନଥିଲା। ଏଇ ଯୋଡ଼ି ଥିଲେ ‘ରୋଲିୟା’-ରଣବୀର କପୁର ଓ ଆଲିୟା ଭଟ୍ଟ। କିଛି ବର୍ଷ ତଳେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋର୍ ଚର୍ଚ୍ଚା ଚାଲିଥିଲା, କିନ୍ତୁ ସମ୍ପର୍କ ଅଧିକ ଦିନ ତିଷ୍ଠିନଥିଲା। ଦୁହିଁଙ୍କ ସମ୍ପର୍କ ଛିନ୍ନ ହେବା ସତ୍ତ୍ବେ ସେମାନେ ଏକତ୍ର କେତୋଟି ଚଳଚ୍ଚିତ୍ରରେ କାମ କଲେ। ତାହା ଅନ୍ୟମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଥିଲା, ହେଲେ ଏ ବାବଦରେ ରଣବୀର ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ। ତାଙ୍କ ମତରେ, ଦୀପିକା ହିଁ ପୁନଃ ଏକତ୍ର କାମ କରିବାକୁ ଉତ୍ସାହିତ କରିଥିଲେ। ଏହା ପରଠାରୁ ରଣବୀର କପୁର ଓ ଦୀପିକା ଦୁହେଁ ଘନିଷ୍ଠ ବନ୍ଧୁ ପାଲଟି ଯାଇଥିଲେ। ସମୟ କ୍ରମେ ଦୀପିକା ଓ ରଣବୀର ସିଂଙ୍କ ସମ୍ପର୍କ ନିବିଡ଼ ହେଲା, ଦୁହେଁ ବିବାହ ମଧ୍ୟ କଲେ। ବିବାହ ଭୋଜିରେ ରଣବୀର କାହିଁକି ଯୋଗ ଦେଲେନି ବୋଲି ଯେତେବେଳେ ଦୀପିକାଙ୍କୁ ପଚରାଗଲା, ସେ ବେଶ୍ ସଂକ୍ଷିପ୍ତ ଉତ୍ତର ଦେଇଥିଲେ। ରଣବୀର କପୁର ତାଙ୍କୁ ଆସିବେ ବୋଲି କଥା ଦେଇଥିଲେ, କିନ୍ତୁ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ରଣବୀର ଓ ଆଲିୟା ବ୍ୟସ୍ତ ଥିବାରୁ ଦୁହେଁ ଯୋଗ ଦେଇପାରିଲେ ନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories