www.samajalive.in
Monday, December 8, 2025
27.1 C
Bhubaneswar

ଆଉ ୪ ଗାଁରେ ବାର୍ଡ ଫ୍ଲୁ

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଆଉ ୪ଗୋଟି ଗ୍ରାମର ପକ୍ଷୀ ନମୁନା ପରୀକ୍ଷା ରିପୋର୍ଟରୁ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି। ଭୋପାଳସ୍ଥିତ ଜାତୀୟ ପକ୍ଷୀରୋଗ ଗବେଷଣା କେନ୍ଦ୍ର ଏଥିନେଇ ଶୁକ୍ରବାର ସୂଚନା ଦେଇଛି। ନୂଆଗାଁ, ନନ୍ଦଳା, ନବା ଓ କଣ୍ଟାବଣିଆ ଗ୍ରାମରୁ ପଠାଯାଇଥିବା ୪ଟି ମଲାପକ୍ଷୀ ନମୁନାରେ ବାର୍ଡ ଫ୍ଲୁ ପ୍ରମାଣ ମିଳିଛି। ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଜା ପ୍ରସାଦ ପଟ୍ଟନାୟକ ଏଥିନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ଗ୍ରାମ ଗୁଡିକରେ ରହିଥିବା ସମସ୍ତ କୁକୁଡାଙ୍କୁ ମାରି ପୋତାଯିବା ସହ କୁକୁଡା ମାଂସ ଏବଂ ଅଣ୍ଡା ବ୍ୟବହାର ନକରିବାକୁ ଶନିବାର କଟକଣା ଜାରି କରାଯିବ। ଏହାଛଡା ସେସବୁ ଅଞ୍ଚଳରୁ ବାହାରକୁ କୁକୁଡା, ଅଣ୍ଡା ଓ ପଶୁଖାଦ୍ୟ ଚାଲାଣ ନିଷିଦ୍ଧ କରାଯିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ ସେହି ବ୍ଲକର ପଥରଗଞ୍ଜ, ସାନସାହି, ବୁଦ୍ଧିବର, ଅଲଣ୍ଡା ଓ ମାଲୁଦ ଅଞ୍ଚଳରୁ ସଂଗୃହୀତ ବତକ ଏବଂ କୁକୁଡା ମାଂସରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିଲା। ପଶୁସମ୍ପଦ ବିଭାଗ ପକ୍ଷରୁ ସେଠାରେ ପ୍ରାୟ ୧୦ହଜାର କୁକୁଡାଙ୍କୁ ମରାଯାଇଛି। ୧୦ଗୋଟି ରାପିଡ ରେସପନ୍ସ ଟିମ ସେଠାରେ ଡେରାପକାଇ ରହିଛନ୍ତି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଗ୍ରାମଠାରୁ ୧୦କି.ମି ଅଞ୍ଚଳ ମଧ୍ୟରେ କୁକୁଡା ମାଂସ ଏବଂ ଅଣ୍ଡା ନଖାଇବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଉ ୪ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରିଛି। କଣାସ, ବ୍ରହ୍ମଗିରି, ଡେଲାଙ୍ଗ, ସତ୍ୟବାଦୀ, ପିପିଲି, ଗୋପ ବ୍ଲକର ବିଭିନ୍ନ ଅଞ୍ଚଳରୁ ଭୋପାଳ ପଠାଯାଇଥିବା ୪୫୦ ନମୁନା ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅନ୍ୟ ୪ଟି ଗ୍ରାମକୁ ଖୁବ୍‌ଶୀଘ୍ର ରାପିଡ ରେସପନ୍ସ ଟିମ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories