ରାଞ୍ଚି : ଓଡ଼ିଶା ସରକାରଙ୍କ ଭଳି ଝାଡଖଣ୍ଡ ସରକାର ଶୁକ୍ରବାର ରାଜ୍ୟର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ୨୦୨୨ ସୁଦ୍ଧା କୃଷକଙ୍କ ରୋଜଗାର ଦ୍ବିଗୁଣିତ କରିବା ପାଇଁ ଝାଡଖଣ୍ଡ ସରକାର ୨୨୫୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ୧ ଏକରରୁ ୫ ଏକର ଜମି ଥିବା ଚାଷୀମାନଙ୍କୁ ଏହି ଅର୍ଥ ଦିଆଯିବ। ହିତାଧିକାରୀଙ୍କୁ ଏହି ଅର୍ଥ ଚେକ୍ କିମ୍ବା ଡିବିଟି ମାଧ୍ୟମରେ ଦିଆଯିବ। ଏହି ଅର୍ଥରେ ଚାଷୀ ତାର ଜମି ପାଇଁ ବିହନ, ସାର ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ କ୍ରୟ କରିବ। ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ପ୍ରତିବର୍ଷ ଏହି ସହାୟତା ରାଶି ପ୍ରଦାନ କରାଯିବ। ଫଳରେ ଚାଷ କାମ ପୂର୍ବରୁ ଚାଷୀକୁ ବିହନ ଓ ସାର କିଣିବା ଲାଗି ଅନ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଦ୍ବାରା ଝାଡଖଣ୍ଡର ୨୨ଲକ୍ଷ ୭୬ହଜାର କୃଷକ ଲାଭବାନ ହେବେ ବୋଲି ଜଣାଯାଇଛି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କ ଉନ୍ନତି ପାଇଁ ‘କାଳିଆ’ ନାମରେ ନୂଆ ଯୋଜନା ଘୋଷଣା କରିଛନ୍ତି।
କୃଷକଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଘୋଷଣା କଲେ ୨୨୫୦କୋଟିର ଯୋଜନା
Popular Categories



