www.samajalive.in
Thursday, December 11, 2025
18.1 C
Bhubaneswar

ପୂର୍ବ ଭାରତ ଉପରେ ବିଜେପିର ନଜର, ପୁରୀରୁ ନିର୍ବାଚନ ଲଢିପାରନ୍ତି ମୋଦୀ

ଭୁବନେଶ୍ୱର : ଓଡିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟ ମାନଙ୍କରେ ବିଜେପିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିବାର ସୂଚନା ମିଳିଛି। ଏନେଇ ଓଡିଶାରେ ବାରମ୍ବାର ତାଙ୍କ ସଭାର ଆୟୋଜନ କରାଯାଉଛି। ଚଳିତ ମାସ ୨୪ତାରିଖରେ ଅଷ୍ଟମ ଥର ପାଇଁ ସେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୨୦୧୯ରେ ତାଙ୍କର ଆଉ ଦୁଇଟି କାର୍ଯ୍ୟକ୍ରମ ଆୟୋଜିତ ହେବାର ଚର୍ଚ୍ଚା ହେଉଛି। ପ୍ରଥମ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲାରେ ଅନୁଷ୍ଠିତ ହେବ। ମୋଦୀ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, ବରଗଡ, କଟକ, ଝାରସୁଗୁଡା, ବାଲେଶ୍ୱର, ପୁରୀ, ଭୁବନେଶ୍ୱର, ଆଦି ସ୍ଥାନକୁ ଆସି ସାରିଛନ୍ତି। ଏଥର ସେ ଖୋର୍ଦ୍ଧା ଆସିବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ତଥା ଛତିସଗଡରୁ ହାରିବା ପରେ ବିଜେପିର ନଜର ଏବେ ପୂର୍ବ ଭାରତ ଉପରେ ରହିଛି। ମୋଦୀଙ୍କ ଆସିବା ଦ୍ୱାରା ବିଜେପି ଲୋକସଭା ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି। ବିଜେପି ନେତାଙ୍କ କହିବା ଅନୁସାରେ ଯଦି ମୋଦୀ ଓଡିଶାରୁ ନିର୍ବାଚନ ଲଢିବେ ତେବେ ବିଜେପି ନା କେବଳ ସଂସଦୀୟ ଆସନ ବରଂ ବିଧାନସଭା ଆସନରେ ଭଲ ପଦର୍ଶନ କରିପାରିବ। ବିଜେପିର ପ୍ରଦେଶ ଅଧ୍ୟକ୍ଷ ବସନ୍ତ ପଣ୍ଡାଙ୍କ କହିବା ଅନୁସାରେ ମୋଦୀଙ୍କୁ ପୁରୀରୁ ନିର୍ବାଚନ ଲଢିବା ନେଇ ଦଳ ଖୁବ୍‍ଆଗ୍ରହୀ ରହିଛି। ପୂର୍ବରୁ ପ୍ରଥମ ବ୍ୟକ୍ତି ପିବି ନରସିଂହ ରାଓ ଥିଲେ ଯିଏକେ ପ୍ରଧାନମନ୍ତୀ ଥିବା ସମୟରେ ୧୯୬୬ରେ ଓଡିଶାର ବ୍ରହ୍ମପୁର ସଂସଦିୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ।
ଖବରଅନୁସାରେ, ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ମୋଦୀ ପୁରୀରୁ ନିର୍ବାଚନ ଲଢିବାର ଚର୍ଚ୍ଚା ହୋଇଥିଲା। ଏନେଇ କଂଗ୍ରେସ ବିଧାୟକ ଦଳ ନେତା କେବି ସିଂହ ଦେବ କୁହନ୍ତି- ମୋଦୀଙ୍କର ଓଡିଶାରୁ ନିର୍ବାଚନ ଲଢିବା ଦ୍ୱାରା ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କର ମନୋବଳ ବଢିବା ସହିତ ପୂର୍ବ ଭାରତରେ ଦଳର ଆସନ ମଧ୍ୟ ବଢିବ। ମାତ୍ର ଏନେଇ ବିଜୁ ଜନତାଦଳ ନେତ୍ରୀ ସୁଲୋଚନା ଦାସ କୁହନ୍ତି- ମୋଦୀ ଓଡିଶାର ଯେକୌଣସି ସ୍ଥାନରୁ ନିର୍ବାଚନ ଲଢିଲେ ମଧ୍ୟ ବିଜୁ ଜନତା ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories