ଦେବଗଡ : ଦେବଗଡ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିରେ ଅଭାବନୀୟ ଘଟଣା ଘଟିଛି। ସାନ ଯାଆର ମାଡରେ ବଡ ଯାଆର ଜୀବନ ଚାଲିଯାଇଛି।ସୂଚନା ଅନୁସାରେ ଆଜି ସକାଳେ ସାମାନ୍ୟ ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଝଗଡା ଏତେ ତୀବ୍ର ରୂପ ଧାରଣ କରିଥିଲା ଯେ ସାନ ଯାଆର ମାଡରେ ବଡ ଯାଆର ମୃତ୍ୟୁ ଘଟିଥିଲା। ମୃତକ ଜ୍ୟୋତ୍ସା ଭୋଳ ବୋଲି ଜଣାପଡିଛି। ପରେ ଗୁରୁତର ଅବସ୍ଥାରେ ଜ୍ୟୋତ୍ସାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଖବର ପାଇ ଦେବଗଡ ଆଦର୍ଶ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Popular Categories



