କେନ୍ଦ୍ରାପଡ଼ା: ପୁରୁଣା ବସଷ୍ଟାଣ୍ଡ ପାଖ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ଅର୍ବାନ ବ୍ୟାଙ୍କ ଶାଖାରେ ନିଆଁ ଲାଗି ଯାଇଥିଲା। ଅର୍ବାନ ବ୍ୟାଙ୍କ ଜଳୁଥିବାବେଳେ ଭିତରୁ ଧୂଆଁ ବାହାରଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ କରିବାରେ ସଫଳ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଅପରପକ୍ଷରେ ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ସମସ୍ତ କର୍ମଚାରୀ ଦୌଡ଼ି ବାହାରକୁ ପଳାଇ ଆସିଥିଲେ। କୌଣସି କର୍ମଚାରୀଙ୍କ କ୍ଷତି ହୋଇନାହିଁ। ତେବେ ବ୍ୟାଙ୍କରେ ଅଗ୍ନିକାଣ୍ଡ ଯୋଗୁଁଁ ଅନେକ କ୍ଷୟକ୍ଷତି ହୋଇଛି, କିନ୍ତୁ ବ୍ୟାଙ୍କର ଜରୁରୀ କାଗଜପତ୍ର ଏବଂ ଲକର ସୁରକ୍ଷିତ ରହିଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



