ଗୋପବନ୍ଧୁ ଭବନରେ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା

କଟକ: ଦୈନିକ ଖବରକାଗଜ ‘ସମାଜ’ର ୧୦୪ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ତଥା ଗୋପବନ୍ଧୁ ଭବନରେ ରବିବାର ଏକ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ‘ଗୋପବନ୍ଧୁଙ୍କ ଦୃଷ୍ଟିରେ ଶିକ୍ଷା’ ବିଷୟବସ୍ତୁ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

‘ସମାଜ’ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର ଓ ସାଧାରଣ ପରିଚାଳକ ଶିବରାମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିଜୟ କୁମାର ଶତପଥୀ, ସାହିତ୍ୟିକ ପ୍ରାଧ୍ୟାପକ ବିଜୟାନନ୍ଦ ସିଂହ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ମହାନ୍ତି ଏବଂ ଓଡିଆ ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି  ଡକ୍ଟର ହୃଷୀକେଶ ମଲିକ ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

prayash

ଏହି ବକ୍ତୃତା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମାଜ’ର ୧୦୪ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

Comments are closed.