www.samajalive.in
Sunday, December 7, 2025
13.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ଦେବଗଡ଼ ଜିଲାରେ ବ୍ୟାପକ କ୍ଷୟକ୍ଷତି: ରାସ୍ତା ଉପରେ ପ୍ରବାହିତ ହେଲା ନଦୀ ଜଳ,ଭାଙ୍ଗିଲା ପ୍ରଧାନମନ୍ତ୍ରୀ ସଡକ କଲଭର୍ଟ

ଦେବଗଡ:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘରଦ୍ୱାରା ଭୁଷୁଡି ପଡିବାସହ ରାସ୍ତା ଘାଟ ଓ ଚାଷଜମି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇପଡିଛି। ଏହିବର୍ଷା ଗତ ମଙ୍ଗଳବାର ଠାରୁ ଲାଗିରହିଥିବା ବେଳେ ଏହାର ପ୍ରଭାବରେ ସମଗ୍ର ଜିଲାରେ ବ୍ୟାପକ କ୍ଷ୍ୟକ୍ଷତି ଘଟିଛି। ଆଜି ପ୍ରତ୍ୟୁଷରେ ଟିକିରା ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ସହ କୁଣ୍ଢେଇଗୋଳା ଗ୍ରାମ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିଲା। ଫଳରେ ଦୀର୍ଘ ସମୟ ଧରି କୁଣ୍ଢେଇଗୋଳା-ବୁଢାପାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା। ଏଥିସହ ଦେବଗଡରୁ ଅନୁଗୁଳ ଯାତାୟତ କରୁଥିବା ସମସ୍ତ ଯାନ ବାହାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଉପରମୁଣ୍ଡରେ ବର୍ଷା କମିଯିବାରୁ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ରିଆମାଳ ବ୍ଲକ ଅନ୍ତର୍ଗତ ତାଳବାହାଳି ଓ ବାରକୋଟ ବ୍ଲକ ଅନ୍ତର୍ଗତ ଜାଲିସୁଆଁ ଆଦି ବିଭିନ୍ନ ଗ୍ରାମଦେଇ ଯାଇଥିବା ନାଳରେ ପାଣି ଉଛୁଳି ଏହାର ପାଣି ଏକାଧିକ ନାଳ ଉପରଦେଇ ପ୍ରବାହିତ ହୋଇଥିଲା। ଫଳରେ ସମ୍ପୃକ୍ତ ଅଂଚଳର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ବାରକୋଟ ବ୍ଲକର ସିଂହଶାଳ ପଂଚାୟତ ଅନ୍ତର୍ଗତ ଆମ୍ବଗାଁ ଗ୍ରାମର ୧୫ରୁ ଉଦ୍ଧ୍ୱର୍ ଘର ଗତକାଲି ରାତ୍ରୀରୁ ପାଣି ଘେରରେ ରହିଥିଲା। ଫଳରେ ଉକ୍ତ ପରିବାର ଗୁଡିକ ଜଳବନ୍ଦୀ ହୋଇ ରହିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ସହାୟତାରେ ସମ୍ପୃକ୍ତ ଅଞ୍ଚଳରୁ ଜଳ ନିସ୍କାସନ କରିବାକୁ ପଡିଥିଲା। ଜଳର ପ୍ରଖର ସ୍ରୋତ ଯୋଗୁଁ ତିଲେଇବଣି ବ୍ଲକ ଅନ୍ତର୍ଗତ ଗୁରୁଲିଆଠାରେ ନୂତନ ଭାବେ ନିର୍ମୀତ ଡଙ୍ଗାପଥର-ଟିକିଲିପଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତାର ଏକ କଲଭର୍ଟ ଧୋଇନେବାରୁ ଉକ୍ତ ରାସ୍ତାରେ ଯାତାୟତ ସମ୍ପୁର୍ଣ୍ଣର୍ ଭାବେ ବନ୍ଦ ରହିଥିବା ଜଣାପଡିଛି। ତିଲେଇବଣି ବ୍ଲକ ଅନ୍ତର୍ଗତ ଟାଇଁଶର ଗ୍ରାମରେ ଥିବା ରଘୁନନ୍ଦନ ରାଇସମିଲର ପ୍ରାୟ ୩୦ ଫୁଟରୁ ଉଦ୍ଧ୍ୱର୍ ଲମ୍ବର ଏକ ପାଚେରୀ କାନ୍ଥ ଭାଙ୍ଗି ପଡିଥିବା ଜଣାପଡିଛି। ବାରକୋଟ ବ୍ଲକ ଡଁରା ପଂଚାୟତ ଅନ୍ତର୍ଗତ ଚାନ୍ଦିପୋଶି ଗ୍ରାମର ୩୦ରୁ ଉଦ୍ଧ୍ୱର୍ ମତ୍ସ୍ୟଜୀବୀ ଗାଁ ନିକଟରେ ଯାଇଥିବା ବ୍ରାହ୍ମଣୀ ନଦୀରେ ସାଇତି ରଖିଥିବା ମାଛଧରା ଡଙ୍ଗା ଓ ଜାଲ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡିଛି। ଲଗାଣ ବର୍ଷା ତଥା ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଦେବଗଡ ପୌରାଂଚଳର ପୁରୁଣାଗଡ(୬ ନମ୍ବର ୱାର୍ଡ)ସ୍ଥିତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବହୁ ଘର ମଧ୍ୟ ଦୀର୍ଘ ସମୟଧରି ପାଣିଘରରେ ରହିଥିଭା ଦେଖିବାକୁ ମିଳିଥିଲା। ବର୍ଷା ଜଳର ପ୍ରଖର ସ୍ରୋତ ଯୋଗୁଁ ଅନେକ ଚାଷ ଜମିରେ ହିଡ ଭାଙ୍ଗିବା ସହ ଘାଇ ସ୍ୃଷ୍ଟି ହୋଇ ଏକର ଏକର ଚାଷଜମି ବାଲିଚର ହୋଇପଡିଛି। କାଗାଣ ବର୍ଷା ଯୋଗୁଁ ଜିଲା ସଦର ମହକୁମା ସମେତ ତିନୋଟି ଯାକ ବ୍ଲକର ଶତାଧିକ ଘର ଆଂଶିକ ଓ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଷୁଡି ପଡିବାରୁ ବାରକୋଟ ବ୍ଲକ ବମ୍ପରଡା ପଞ୍ଚାୟତ ଅନ୍ତର୍ଗତ ନେତ୍ରାବହାଳ ଗ୍ରାମର ଏକ ଦମ୍ପତ୍ତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦେବଗଡ ଜିଲାରେ ଗତକାଲି ହାରାହାରି ୯୪.୯୩ ମିଲିମିଟର ବର୍ଷା ହୋଇଥିବାବେଳେ ଆଜି ହାରାହାରି ୧୨୮.୪୭ ମିଲି ମିଟର ବର୍ଷା ହୋଇଥିବା ସରକାରୀ ଭାବେ ରେଡର୍କ କରାଯାଇଛି। ଅନ୍ୟ ପକ୍ଷରେ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ରାଜସ୍ୱ ଏବଂ କ୍ଷେତ୍ର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories