ଜିଲା ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

ଦେବଗଡ଼: ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦେଇଜ୍ଞଙ୍ଗ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ(ନୂତନ ପେନଶନ ଯୋଜନା ଭୁକ୍ତର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଜିଲା ପ୍ରାଥମିକ ଏନପିଏସ ଶିକ୍ଷକ ସଂଘର ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପଶ୍ଚିମ ଓଡିଶା ଫୋରମର ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦାଶ ଓ ଝାରସୁଗୁଡା ଜିଲାର ଉପସଭାପତି ତପନ ବାବୁ ପ୍ରମୁଖ ଯୋଗଦେଇ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ)ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

prayash

ଏଗୁଡିକର ସମାଧାନ ନେଇ ଗଠନ ମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ସେମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରି ସମୟରେ ଗଣନା କରାଯାଇ ସମୋନଙ୍କୁ ୬ଟି ଇନକ୍ରିମେଂଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନଶନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନଶନ ଯୋଜନାକୁ କାର୍ଯ୍ୟକାରୀ କରିବା ଆଦି ଦାବୀ ଉପସ୍ଥାପନ କରିଥିଲେ। ସେହିପରି ଆସନ୍ତା ୯ ତାରିଖ ଠାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବର ପ୍ରତିବାଦ ସୂଚକ କଳାବ୍ୟାଜ ପରିଧାନ କରି ଦାୟିତ୍ୱ ନିର୍ବାହ କରିବାସହ ୧୫ ତାରିଖ ଠାରୁ ସମୁହ ଛୁଟିରେ ରହିବେ।

ସେହିପରି ମ୍ୟାଟ୍ରିକ ପରୀକ୍ଷା ପରିଚାଳନାରେ ଅସହଯୋଗ କରିବାସହ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ସ୍ଥିର କରିଥିଲେ। ଆଜିର ଏହି ବୈଠକରେ ଜିଲା ପ୍ରାଥମିକ ଶିକ୍ଷକ ଏନପିଏସ ସଂଘର କାର୍ଯ୍ୟକାରୀ ସଭାପତି ମେଘନାଦ ରଣଜିତ, ସମ୍ପାଦକ ଭକ୍ତବନ୍ଧୁ ବସନ୍ତରା ଓ ପ୍ରାଣବନ୍ଧୁ ଘଡେଇଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶୈଷରେ ଷ୍ଟିୟରିଂ କମିଟି ସଦସ୍ୟ ଛତୁ କଲେତ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.