ଗାଡ଼ି ଧକ୍କାରେ ଆହତ ହରିଣର ମୃତ୍ୟୁ

0

ଗୋପ: ଶୁକ୍ରବାର ସକାଳେ ପୁରୀ-କୋଣାର୍କ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁରୀ-କୋଣାର୍କ ରାସ୍ତା ନିକଟସ୍ଥ ଗରୁଡ଼େଶ୍ୱର ମନ୍ଦିର ନିକଟରେ ଗାଡ଼ିଟି ହରିଣକୁ ଧକ୍କା ଦେଇଥିଲା। ତାକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ପରେ ହରିଣର ମୃତ୍ୟୁ ହୋଇଥିଲା। ମୃତ ହରିଣଟିର ଶବ ବ୍ୟବଚ୍ଛେଦ କରାଯାଇଛି।
କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖାଦ୍ୟ ଅନ୍ୱେଷଣରେ ହରିଣମାନେ ଅଭୟାରଣ୍ୟରୁ ବାହାରି ନିକଟସ୍ଥ ଜନବସତିକୁ ଆସୁଛନ୍ତି। ତେଣୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Leave A Reply