ମୋହନା : କାଳ ବୈଶାଖୀ ପ୍ରଭାବରେ ବଜ୍ରପାତରେ ଜଣେ ଯୁବତୀଙ୍କ ଜୀବନ ଯାଇଛି । ମୋହନା ବ୍ଲକ ଅନ୍ତର୍ଗତ ରାଇଗଣ୍ଡା ଗ୍ରାମର ଗାରତି ନାୟକ ନିଜ ଘରର କବାଟ ପାଖରେ ବସିଥିବା ବେଳେ ହଠାତ ଘଡଘଡି, ବର୍ଷା, ପବନ ସହ ବଜ୍ରପାତ ଘଟିଥିଲା। ବଜ୍ରପାତ ଆଘାତରେ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପାଣିଗଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ମୋହନା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ମୋହନା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
Comments are closed.