www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପବନ୍ଧୁ ଭବନରେ ରାଧାନାଥ ରଥଙ୍କ ଶ୍ରାଦ୍ଧୋତ୍ସବ

କଟକ : ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ୨୧ତମ ଶ୍ରାଦ୍ଧୋତ୍ସବ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରାଧାନାଥ ରଥଙ୍କ ସ୍ମୃତି ଚାରଣ କରିଥିଲେ।
ସକାଳେ ମହାନଦୀର ଗଡ଼ଗଡ଼ିଆଘାଟରେ ତିଳତର୍ପଣ କରାଯିବା ପରେ ବକ୍ସିବଜାରସ୍ଥିତ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗୋପବନ୍ଧୁ ଭବନ ସମ୍ମିଳନୀ କକ୍ଷରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ନେତୃତ୍ବରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ଏଥି​‌େ​‌ର ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ସାହିତ୍ୟିକା ମନୋରମା ମହାପାତ୍ର, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ ଓ ଡ. ପ୍ରମୋଦ ମହାପାତ୍ର, ସ୍ବର୍ଗଧାମର ଶରତ କୁମାର ସାହୁ, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଭିକାରୀ ଦାସ, କେଦାରନାଥ ବେହେରା ଓ ସମାଜସେବୀ ଦ୍ବୀପାୟନ ପଟ୍ଟନାୟକ, ୟୁନାଇଟେଡ ବ୍ୟାଙ୍କ କଟକ ଶାଖା ମୁଖ୍ୟ ପରିଚାଳକ ସୁବାସ ମଣ୍ଡଳ, ସମାଜସେବୀ ଡି. ପ୍ରକାଶ ରାଓ, ଡା. ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ କର, ଡ. ଗୁରୁପ୍ରସାଦ ମହାନ୍ତି, ଇଣ୍ଡିଆନ ସିଟିଜେନ ପାର୍ଟିର ସତ୍ୟଜିତ ରାଉତ, କଟକ ମହାନଗର ସୁରକ୍ଷା କମିଟି ସଭାପତି ତଥା ଆଇନଜୀବୀ ଶଶିଭୂଷଣ ଦାସ, ରାଧାନାଥ ଫାଉଣ୍ଡେସନ ଟ୍ରଷ୍ଟର ସାଧାରଣ ସମ୍ପାଦକ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ, ରିତା ଶତପଥୀ, ସୁମନ ଚଢ଼ା, କୁମାରେନ୍ଦ୍ର ପଟ୍ଟନାୟକ, ପଦ୍ମଲୋଚନ ମହାଳିକ, ଭବାନୀ ପ୍ରସାଦ ମିଶ୍ର, ଶରତଚନ୍ଦ୍ର ଶତପଥୀ, ସଞ୍ଜିତ କୁମାର ପଟ୍ଟନାୟକ, ରାମନାଥ ରଣା, ସୌମ୍ୟ ପ୍ରିୟଦର୍ଶିନୀ, ରଞ୍ଜନ ଦାସ, ଶ୍ରୀବତ୍ସ ବିଶ୍ବାଳ, ଅଶୋକ କୁମାର ଦାସ, ଭୁବନାନନ୍ଦ ମହାନ୍ତି, ରମେଶଚନ୍ଦ୍ର ରାଉତ, ସୁଦୀପ୍ତ କୁମାର ସ୍ବାଇଁ, ଗଗନ ଚନ୍ଦ୍ର ମେହେର, ହୁସେନ ରବିଗାନ୍ଧୀ, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ସଞ୍ଜୟ ପରିଜା, ବାହାଦୁର ପାଟସାହାଣୀ, ନିରାକାର ସାହୁ, ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି, ବିତ୍ତ ଅଧିକାରୀ ପ୍ରଭାତ କୁମାର ଦାଶ, ସହପ୍ରଶାସନିକ ଅଧିକାରୀ ଇମିତିୟାଜ ଅହମ୍ମଦଙ୍କ ସମେତ ‘ସମାଜ’ର ବହୁ କର୍ମଚାରୀ ଯୋଗଦେଇ ରାଧାନାଥ ରଥଙ୍କ ସ୍ମୃତିଚାରଣ କରିଥିଲେ।
ସମାଜସେବୀ ସୁଲେମାନ ବକ୍ସ କୋରାନ ପାଠ କରିଥିଲା ବେଳେ ୱାଇଏମସିଏର ମନୋରଞ୍ଜନ ସାମନ୍ତରାୟ ବାଇବେଲ ଓ ତ୍ରିଧାରା ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଗୀତା ପାଠ କରିଥିଲେ। ଶେଷରେ ଭଜନ ପରିବେଷଣ କରାଯାଇଥିଲା। ଅପରାହ୍ଣରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories