ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ

କେଶଦୁରାପାଳ: ଗତକାଲି ଘସିପୁରା ଥାନା କେନ୍ଦୁଆ ଟିକର ସାହିରେ ଭଣଜାକୁ ହତ୍ୟା କରିଥିବା ସନ୍ଦେହରେ ମାମୁଁ ଗୋପାଳ ପଲେଇ ଥାନାରେ ଅଟକ ଥିବା ଜଣାପଡିଛି ।

ସୁଚନାରୁ ପ୍ରକାଶ, ଘଷିପୁରା ଥାନା ଅନ୍ତର୍ଗତ ରାଧିକାଦେଇପୁର ପଞ୍ଚାୟତ କେନ୍ଦୁଆ ଟିକର ସାହିରେ ଭଣଜାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଗତକାଲି ଦିନ ୧୧ ଟା ସମୟରେ ଭଣଜା ଶିବଚରଣ ନାୟକ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା। ଶିବ ଚରଣର ମା’ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାକୁ ପାଇ ନଥିଲେ। ଶିବଚରଣ ମାମୁଁ ଗୋପାଳ ପଲେଇ ରାତି ୧୧ଟାରେ ବାହାରକୁ ଉଠିଲାବେଳେ ତାଙ୍କ ଭଣଜା ପାଟିରୁ ଗରଳ ବାହାରୁ ଥିଲା ଦେଖି ପରିବାର ଲୋକ, ଭଉଣୀକୁ ନ ଜଣେଇ ଦୁଇ ମାମୁଁ ନେଇ ଶବ ସତ୍କାର କରି ଦେଇଛନ୍ତି ବୋଲି କହିଛନ୍ତି। ମାମୁଁ ଭଣଜାକୁ ମାରିଦେଇ ପୋଡିଦେଇଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି । ଘସିପୁରା ଥାନା ପକ୍ଷରୁ ହତ୍ୟା ସନ୍ଦେହରେ ମାମୁଁ ଗୋପାଳ ପଲେଇକୁ ଅଟକ ରଖିଥିବା ଜଣାପଡ଼ିଛି।

Comments are closed.