www.samajalive.in
Monday, December 8, 2025
14.1 C
Bhubaneswar

ଇନ୍ଦୋର କ୍ରୀଡା ପ୍ରତିଯୋଗିତାରେ ଓଡିଶା ବଧିର ​ଖେଳାଳୀଙ୍କ ସଫଳତା

ଭୂବନେଶ୍ୱର, ୨୨.୨ : ଭାରତୀୟ ବଧିର କ୍ରୀଡା ପରିଷଦ, ନୂଆଦିଲ୍ଲୀ ଏବଂ ରାଜ୍ୟ ବଧିର କ୍ରୀଡା ପରିଷଦ ଓ ମୂକ ବଧିର ସଂଗଠନର ମିଳିତ ଆନୁକୂଲ୍ୟରେ ୨୫ତମ ଜାତୀୟ ବଧିର କ୍ରୀଡା ସିନିୟର ଓ ୮ମ ଜାତୀୟ ବଧିର ଜୁନିୟର ଓ ସବ୍ ଜୁନିୟର କ୍ରୀଡା ପ୍ରତିଯୋଗିତା ଇନ୍ଦୋରସ୍ଥିତ ଇମିରୋଲ୍ଡ୍ ହାଇଟ୍ ଇନ୍ଟରନ୍ୟାସନାଲ୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡା ପ୍ରତିଯୋଗିତାରେ ଓଡିଶା ରାଜ୍ୟ ବଧିର କ୍ରୀଡା ପରିଷଦ, ଓଡିଶାରୁ ୫୨ଜଣ ଉଭୟ ପ୍ରତିନିଧି ଓ ଖେଳାଳୀମାନେ ଯୋଗ ଦେଇଥିଲେ। ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ଖେଳାଳୀମାନେ ହେଲେ ଶୁଭଙ୍କର ନାୟକ (ଉଭୟ ୨୦୦୦ ଓ ୧୦୦ମିଟର ଦୌଡରେ ପ୍ରଥମ, ବୟସ-୧୬), ଜ୍ୟୋତି ପ୍ରକାଶ ଗଣ୍ଡ (୮୦୦ମିଟର ଦୌଡରେ ତୃତୀୟ ଓ ଲମ୍ବଡିଆଁରେ ଦ୍ୱିତୀୟ, ବୟସ-୧୬), ସ୍ନିଗ୍ଧାରାଣୀ ପ୍ରଧାନ(ଲମ୍ବଡିଆଁରେ ପ୍ରଥମ, ବୟସ-୧୬), ହିମାଂଶୁ ମୁଣ୍ଡା (ଲମ୍ବଡିଆଁରେ ପ୍ରଥମ, ବୟସ-୧୬), ବିପିନ ବିହାରୀ ସାହୁ (୪୦୦ମିଟର ଦୌଡରେ ଦ୍ୱିତୀୟ, ବୟସ-୧୮), ବିଜୟ କୁମ୍ଭାର (ଉଚ୍ଚଡିଆଁରେ ଦ୍ୱିତୀୟ, ବୟସ-୧୪)ଚଳନ ପାଣ୍ଡେ(୪୦୦ମିଟର ଦୌଡରେ ତୃତୀୟ,ବୟସ-୧୬),ମୋହିତ କୁମାର ପାଶୱାନ୍ (ବନ୍ଧୁକ ସୁଟିଙ୍ଗ୍ରେ ତୃତୀୟ, ବୟସ-୧୮) ଏବଂ ଲୋମା ସ୍ୱାଇଁ (ଯୁଡୋରେ ତୃତୀୟ)। ଓଡିଶା ରାଜ୍ୟ କ୍ରୀଡା ଓ ଯୁବକଲ୍ୟାଣ ବିଭାଗ ତଥା ବିଭାଗର ଡେପୁଟୀ ସେକ୍ରେଟାରୀ ଶୈଳେନ୍ଦ୍ର କୁମାର ଜେନା, ଓଏଏସ୍, ସୋନାଲୀ ଚାନ୍ଦ ଏବଂ ସନାତନ ବାବୁଙ୍କ ସହଯୋଗ ଦ୍ୱାରା ଓଡିଶା ରାଜ୍ୟ କ୍ରୀଡା ପରିଷଦ ତରଫରୁ ପ୍ରାୟ ୫୨ଜଣିଆ କ୍ରୀଡାଦଳ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ଯିବାଆସିବା ସମ୍ଭବ ହୋଇ ପାରିଛି।

- Advertisement -

ଏହି ପ୍ରତିଯୋଗୀତାରେନିରନ ଯୋଶୀ, ସୁବିର କୁମାର ନାୟକ, ପ୍ରକାଶ କୁମାର ରାଉତ,ଜଗଦୀଶ ଚୌଧୂରୀ, ଶରତ ଚନ୍ଦ୍ର ମଲ୍ଲିକ  ପ୍ରମୁଖ ବିଭିନ୍ନ ପ୍ରକାର ଖେଳର କୋଚ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗୀତାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାଜେଶ କୁମାର ନାଏକ, ମ୍ୟାନେଜର ପ୍ରଭାତ କୁମାର ମହାପାତ୍ର, ସରୋଜିନୀ ରାଉତ, ମୁବତୀ ବିଶ୍ୱାଳ, ମମତା ବେହେରା, ଅର୍ଜ୍ଜୁନ କୁମାର ଦାସ ଏବଂ ସ୍ୱତନ୍ତ୍ର ଶିକ୍ଷକ ତଥା ସାଙ୍କେତିକ ଭାଷା ଅନୁବାଦକ ପ୍ରମୋଦ କୁମାର ମହାପାତ୍ର ଆଦି ଉପସ୍ଥିତ ଥିଲେ। ଏଥିସହ ଏହି ପ୍ରତିଯୋଗୀତାକୁ ବିଶେଷ ସହାୟତା କରିଥିଲେ ଓଡିଶା ରାଜ୍ୟ କ୍ରୀଡା ବଧିର ସଂଘର ପ୍ରତିଷ୍ଠାତା ବିଜୟ କୁମାର ପରିଡା ଓ ସଭାପତି ଅସିତ୍ ମିଶ୍ର ଏବଂ ଓ,ଏ.ଡିର ସଭାପତି ଶିବ ନାରାୟଣ ବହିରଦାର ପ୍ରଭୃତି। ଏହି ପରିପ୍ରେକ୍ଷୀରେ ଓଡିଶାରୁ ପ୍ରତିନିଧିତ୍ୱ କରି କୃତିତ୍ୱ ଅର୍ଜନ କରିଥିବା ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବକଲ୍ୟାଣ ବିଭାଗକୁ ଓଡିଶା ରାଜ୍ୟ କ୍ରୀଡା ବଧିର ସଂଘ ତରଫରୁ ଧନ୍ୟବାଦ ଦେବାସହ ଜିନ୍ଦଲ୍ କମ୍ପାନୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories