ଜୈତାରାନରେ ଦଙ୍ଗା, ଇଣ୍ଟରନେଟ ସେବା ବନ୍ଦ

0

ଜୟପୁର : ରାଜସ୍ଥାନର ପାଲି ଜିଲା ଜୈତାରାନ ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଯାଇଛି । ଫଳରେ ସହରରେ ବ୍ୟାପକ ପୁଲିସ୍‌ ମୁତୟନ କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ପୁଲିସ୍‌ଠାରୁ ପ୍ରାପ୍ତ ସୂଚନା ଅନୁସାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏକ ଅନ୍ୟ ସମ୍ପ୍ରଦାୟର ଧାର୍ମିକସ୍ଥଳ ପାଖ ଦେଇ ଯାଉଥିବାବେଳେ ସେଠାକାର ଲୋକ ଏହାକୁ ବିରୋଧ କରିଥିଲେ । ଏହି ଘଟଣାରୁ ଦଙ୍ଗା ଆରମ୍ଭ ହୋଇଥିଲା । ଉଭୟ ପକ୍ଷର ଲୋକେ ହାତରେ ଖଣ୍ଡା ନେଇ ପ୍ରଦର୍ଶନ କରିଥିଲେ । ପରସ୍ପରକୁ ପଥର ଓ ଢେଲା ମାଡ଼ କରାଯାଇଥିବାବେଳେ କେତେକ ସ୍ଥାନରେ ଦୋକାନ, ଘରୋଇ ବସ୍‌ ଓ ଗାଡ଼ି ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଛି । ସେଠାରେ ମୋବାଇଲ ସେବା ଓ ଇଣ୍ଟରନେଟା ସେବା ବନ୍ଦ କରିଦିଆଯାଇଛି । ଆବଶ୍ୟକ ପଡିଲେ ୧୪୪ ଧାରା ଜାରି କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply