www.samajalive.in
Tuesday, December 9, 2025
16.1 C
Bhubaneswar

ଗଣେଶ ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା

ଗଞ୍ଜାମ: ଗଞ୍ଜାମ ଏନଏସି ଅନ୍ତର୍ଗତ ଵାଲିସାହି ଗଣେଶ ପୂଜା କମିଟି ପକ୍ଷରୁ କୁନି ପିଲାମାନଙ୍କୁ ନେଇ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ବିଦ୍ୟୁତ ବିଭାଗୀୟ ଅଧିକାରୀ ବଂଶୀଧର ନାୟକ, ପରିମଳ ବିଶେଷଜ୍ଞ ନରେନ୍ଦ୍ର ପୃଷ୍ଟି, ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ନୃତ୍ୟ ପ୍ରତିଯୋଗିତାରେ ଶ୍ରୀୟା ନାୟକ(୬) ପ୍ରଥମ, ହରପ୍ରିୟା ନାୟକ(୬) ଦ୍ଵିତୀୟ ଏବଂ ଲବଲି ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ ପ୍ରଦାନ କରିଥିଲେ। ଏହାକୁ ଜଗବନ୍ଧୁ ଦାସ, ସୁରେନ୍ଦ୍ର ନାୟକ, ଝୁନା ନାୟକ, ବୁବୁ ନାୟକ, ଲୋକନାଥ ନାୟକ, ସନ୍ତୋଷ ନାୟକ, ଦୁର୍ଗା ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories