www.samajalive.in
Sunday, December 7, 2025
13.1 C
Bhubaneswar

ମୁଗ ଡାଲିର ଉପକାରିତା

ଆମ ଓଡ଼ିଶାର ଗାଁଗହଳିରେ ମୁଗ ଡାଲିର ଆଦର ବିଶେଷ ଭାବେ ଦେଖାଯାଏ। ଉତ୍ତର ଭାରତରେ ମଧ୍ୟ ଏହା ଏକ ପ୍ରମୁଖ ବ୍ୟଞ୍ଜନ ଭାବେ ପରଷାଯାଏ। ବିଭିନ୍ନ ପ୍ରଜାତିର ଡାଲି ମଧ୍ୟରେ ‘ମୁଗ ଡାଲି’କୁ ଡାଲିମାନଙ୍କର ରାଣୀର ନାମ ଦିଆଯାଇଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ କରି ୧୦ଦିନ ଏହି ମୁଗ ଡାଲି ଖାଇବା ସ୍ବାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଏ।

ପ୍ରୋଟିନ୍ ଓ ଫ୍ଲାବୋନୋଏଡସ୍ ଭରପୂର ମୁଗ ଡାଲି ମଧୁମେହ ରୋଗୀ ଦ୍ବିପହର ଭୋଜନରେ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।
ଏହି ଡାଲିରେ ଆଲକାଲାଇନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଓ ସୋଡିୟମ୍ ପରି ପୋଷକତତ୍ତ୍ବ ଭରପୂର ରହିଛି। ଧ୍ୟାନରେ ରଖିବେ ମୁଗ ଡାଲି ଖାଇବା ସମୟରେ ଖିର, ଦହି ଓ ଛେନା ଇତ୍ୟାଦି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ।

- Advertisement -

ମୁଗ ଡାଲି ଖାଇଲେ ତାହା ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳା ମୁଗ ଡାଲି ଖାଇବା ଉତ୍ତମ ହୋଇଥିବାବେଳେ ବିିଶେଷଜ୍ଞଙ୍କ ପରାମର୍ଶରେ ୮-୯ ମାସର ଶିଶୁକୁ ଅଳ୍ପ ପରିମାଣରେ ମୁଗ ଡାଲି ସିଝା ପାଣି ପିଇବା ଉଚିତ।

ଏହା ଏକମାତ୍ର ଡାଲି ଯାହାକୁ ଫ୍ରିଜ୍‌ରେ ରଖି ପରେ ଖାଇଲେ ତାହାର ପୋଷକତତ୍ତ୍ବ ଅଧିକ ପରିମାଣରେ ବଢ଼ିଥାଏ ବୋଲି ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର କହିଛନ୍ତି।

ନିୟମିତ ମୁଗ ଡାଲି ଖାଇଲେ ଶରୀରର ହଜମ ଶକ୍ତି ବଢ଼ାଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories