ଅଣ୍ଡା ଖାଇଲେ ବୃଦ୍ଧି ହୁଏ କି କୋଲେଷ୍ଟେରୋଲ୍‌?

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ କୋଲେଷ୍ଟେରୋଲ୍‌ ସମସ୍ୟା ପାଇଁ ଚିନ୍ତିତ। କୋଲେଷ୍ଟେରୋଲ୍‌ ସ୍ତର ଶରୀରରେ ଅଧିକ ହେଲେ ହୃଦଘାତର ସମ୍ଭାବନା ଅଧିକ ଥାଏ । କୋଲେଷ୍ଟେଲ୍‌ ମହମ ଭଳି ଏକ ପ୍ରକାର ପଦାର୍ଥ ଯାହା ରକ୍ତରେ ଆସ୍ତରଣ ସୃଷ୍ଟି କରିଥାଏ । ଫଳରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇ ପାରିନଥାଏ । ଖରାପ କୋଲେଷ୍ଟେରୋଲ୍‌ ଏଲଡିଏଲ୍‌ର ମାତ୍ରା ଅଧିକ ହେବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇପାରିନଥାଏ । ଏହା ହୃଦୟ ଜନିତ ରୋଗ ସୃଷ୍ଟି କରିବାର କାରଣ ପାଲଟିଥାଏ ।
ଅଧିକ ମାତ୍ରାରେ ଫ୍ୟାଟ୍‌, ଜଙ୍କ୍‌ ଫୁଡ୍‌ ସେବନ, ଛଣାଛଣି ଖାଦ୍ୟ, ମସଲା ଜାତୀୟ ଖାଦ୍ୟର ଅଧିକ ସେବନ ଦ୍ୱାରା କୋଲେଷ୍ଟେରୋଲ୍‌ ବୃଦ୍ଧି ହୋଇଥାଏ । ଅଧିକାଂଶ ଲୋକଙ୍କ ଧାରଣା ଅଣ୍ଡା ଖାଇଲେ କୋଲେଷ୍ଟେରୋଲ୍‌ ବୃଦ୍ଧି ହୋଇଥାଏ । ଜାଣନ୍ତୁ ଏହା ବିଷୟରେ..
ଏକ ଅଧ୍ୟୟନ ଅନୁସାରେ ଅଣ୍ଡାକୁ ଉଚ୍ଚ କୋଲେଷ୍ଟେରୋଲ୍‌ ଖାଦ୍ୟ ବୋଲି କୁହାଯାଏ । ଏହି କାରଣରୁ ଅନେକ ଲୋକେ ଏହାକୁ ଡାଏଟ୍‌ରେ ସାମିଲ୍‌ କରନ୍ତି ନାହିଁ । ୧୯୭୨ରୁ ୧୯୭୪ରେ ଲୋକେ ସପ୍ତାହରେ ୩.୬ ଅଣ୍ଡା ସେବନ କରୁଥିଲେ । ୧୯୮୮ରୁ ୧୯୯୧ ଲୋକେ ସପ୍ତାହରେ ୧.୮ ଅଣ୍ଡା ସେବନ କରୁଥିଲେ। ୨୦୨୧ରେ ଏହା ବୃଦ୍ଧି ପାଇ ୩.୪ ପ୍ରତି ସପ୍ତାହରେ ସେବନ କରୁଥିଲେ ।
ଅଣ୍ଡାରେ ଥିବା କୋଲେଷ୍ଟେରୋଲ୍‌ ଶରୀରର କୋଲେଷ୍ଟେରୋଲ୍‌କୁ ବୃଦ୍ଧି କରେ ବୋଲି କୁହାଯାଉଥିଲା । ଏହାର ପ୍ରଭାବ ହୃଦୟ ଉପରେ ପଡିଥାଏ । ଅଧ୍ୟୟନ ପରେ ଜଣାପଡିଥିଲା ଅଣ୍ଡାରେ ଥିବା କୋଲେଷ୍ଟେରୋଲ୍‌ ଶରୀରର କୋଲେଷ୍ଟେରୋଲ ସହ ସିଧା ଜଡିତ ନୁହେଁ ।
ଡାକ୍ତର କୋଲେଷ୍ଟେରୋଲ ରୋଗୀଙ୍କୁ ଅଣ୍ଡା ନଖାଇବାକୁ ପରାମର୍ଶ ଦେଇଥାନ୍ତି । ମାତ୍ର ଡାକ୍ତରଙ୍କ କହିବାନୁଯାୟୀ, କୋଲେଷ୍ଟେରୋଲ ରୋଗୀ ଅଣ୍ଡାର କେବଳ ଧଳା ଅଂଶ ଖାଇପାରିବେ । ଏହାଦ୍ୱାରା କୋଲେଷ୍ଟେରୋଲ ବୃଦ୍ଧି ହୋଇନଥାଏ । ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ତେଲରେ ଫ୍ରାଏ ଅଣ୍ଡା, ମସଲା ଅଣ୍ଡା ଆଦି ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌ ବୃଦ୍ଧି ହୋଇଥାଏ ।
ଅଣ୍ଡାରେ ପ୍ରୋଟିନ୍‌, ଭିଟାମିନ୍‌ ଡି, ଭିଟାମିନ୍‌ ବି, ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ । ଯାହା ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

ଆଗେ ମାଡ ମାରି ପୁଣି ଫାଶୀରେ.. ଜାଣନ୍ତୁ ୪ ବର୍ଷର ଶିଶୁ କେମିତି ଖୋଲିଲା ମାଆ ହତ୍ୟାକାଣ୍ଡର ରହସ୍ୟ..

 

Comments are closed.