www.samajalive.in
Monday, December 15, 2025
24.1 C
Bhubaneswar

ତାମିଲନାଡୁ ମୁହାଁ ବାତ୍ୟା ଡିଟୱା

ସମାଜ ଲାଇଭ ଡ଼େସ୍କ : ଦକ୍ଷିଣ ଭାରତରେ ବାତ୍ୟା ଡିଟୱା ପ୍ରଭାବରେ ପ୍ରବଳ ବର୍ଷା ଏବଂ ବନ୍ୟା ହୋଇଥିବା ସୂଚନା । ବାତ୍ୟା ପ୍ରଭାବରେ ଶ୍ରୀଲଙ୍କାରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଡିଟୱା ନଭେମ୍ବର ୩୦ ସୁଦ୍ଧା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ପହଞ୍ଚିବାର ସମ୍ଭାବନା ରହିଛି, ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ହେବାର ଆଇଏମଡି ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଅନେକ ଜିଲାକୁ ରେଡ ଆଲର୍ଟ ଜାରି କରିଛନ୍ତି । ଚେନ୍ନଇ ବିମାନବନ୍ଦର କର୍ତ୍ତୃପକ୍ଷ ୫୪ଟି ନିର୍ଦ୍ଧାରିତ ବିମାନ ଉଡ଼ାଣ ବାତିଲ କରିଛନ୍ତି । ତାମିଲନାଡୁରେ ପ୍ରବଳ ବର୍ଷା ସତର୍କତା ଯୋଗୁଁ ଅନେକ ସ୍କୁଲ ବନ୍ଦ ରଖାଯାଇଛି । ଏହାରି ମଧ୍ୟରେ ଭାରତରୁ ଆଇଏନଏସ ବିକ୍ରାନ୍ତ ଏବଂ ଆଇଏନଏସ ଉଦୟଗିରି ରେ ଯାଇଥିବା ରିଲିଫ ସାମଗ୍ରୀ କଲମ୍ବୋରେ ଶ୍ରୀଲଙ୍କା ସରକାରଙ୍କୁ ହସ୍ତାନ୍ତର ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories