www.samajalive.in
Monday, December 15, 2025
15.1 C
Bhubaneswar

ତୁଟିଲା କି ବିବାଦ, ଏକାଠି ସାମ୍ବାଦିକ ସମ୍ମିଳନୀ କଲେ: କହିଲେ କିଛି ବିଧାୟକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି

ସମାଜ ଡିଜିଟାଲ ଡେସ୍କ: କର୍ଣ୍ଣାଟକ ବିବାଦ ଉପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବଡ ଖୁଲାସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଜି ଦୁଇ ନେତା ଏକାଠି ଜଳଖିଆ କରିବା ପରେ ଏକାଠି ବୈଠକ କରିଥିଲେ । ଏହାପରେ ଏକାଠି ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ, ଏବଂ ଭବିଷ୍ୟତରେ ମଧ୍ୟ ରହିବ ନାହିଁ ।

ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଜଳଖିଆ ବୈଠକ ପରେ ବେଙ୍ଗାଲୁରୁରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସିଦ୍ଧରମେୟା କହିଛନ୍ତି ୨୦୨୮ ନିର୍ବାଚନ ପାଇଁ ଏଜେଣ୍ଡା ଅଛି । ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲୁ । ୨୦୨୮ ନିର୍ବାଚନରେ କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବା ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଆମେ ଏକାଠି ନିର୍ବାଚନ ଲଢିବୁ, ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ରହିବ ନାହିଁ ।

- Advertisement -

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେହେତୁ କିଛି ବିଧାୟକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତେଣୁ ସେମାନେ ହାଇକମାଣ୍ଡଙ୍କୁ ଭେଟିବାକୁ ଯାଇଥିବେ । ଏହାର ଅର୍ଥ ନୁହେଁ ଯେ ସେମାନେ ନେତୃତ୍ୱ ବିରୋଧରେ । ସେମାନଙ୍କ ମଧ୍ୟରେ କେତେକ ମୋ ସହିତ କଥା ହୋଇଥିଲେ ଏବଂ ଦିଲ୍ଲୀ କାହିଁକି ଯାଇଥିଲେ ତାହାର ବ୍ୟାଖ୍ୟା କରିଥିଲେ । ହାଇକମାଣ୍ଡ ଯାହା କହିବେ ତାହା ଆମେ ଗ୍ରହଣ କରିବୁ ।

ସେପଟେ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି ଆମେ ଏକାଠି କାମ କରିଛୁ । କର୍ଣ୍ଣାଟକର ଜନତା ଆମକୁ ଏକ ବିପୁଳ ଜନାଦେଶ ଦେଇଛନ୍ତି । କର୍ଣ୍ଣାଟକର ଲୋକମାନଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଆମର ଦାୟିତ୍ୱ । କର୍ଣ୍ଣାଟକ ବିକାଶ ଆମର ଦାୟିତ୍ୱ । ଆଜି ଆମେ ୨୦୨୮ ବିଧାନସଭା ନିର୍ବାଚନ ପାଇଁ ଆମର ରଣନୀତି ଏବଂ ବିରୋଧୀଙ୍କ ସହିତ କିପରି ମୁକାବିଲା କରାଯିବ ସେ ବିଷୟରେ ଆଲୋଚନା କରିଛୁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories