www.samajalive.in
Saturday, December 6, 2025
23.1 C
Bhubaneswar

ତେଜିଲା ପାଣ୍ଡିଆନ ପ୍ରସଙ୍ଗ

ସମାଜ ଲାଇଭ ଡ଼େସ୍କ : ପୁଣି ତେଜିଲା ପାଣ୍ଡିଆନ ରାଜନୀତି । ଗତ ସରକରେ ପାଣ୍ଡିଆନ ଙ୍କୁ ସୁରକ୍ଷା ପ୍ରସଙ୍ଗରେ ବୟାନବାଜି ଆରମ୍ଭ ହୋଇଛି । ଉଭୟ ବିଜେପି,କଂଗ୍ରେସ ଓ ବିଜେଡ଼ି ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଗତକାଲି ବିଧାନସଭାରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପୂର୍ବ ସରକାର କାହିଁକି ଭିକେ ପାଣ୍ଡିଆନ ଙ୍କ ସୁରକ୍ଷା ପାଇଁ ୭୨ଜଣ ପୁଲିସ ନିଯୋଜିତ କରିଥିଲେ ବୋଲି ବିଜେଡ଼ି ବିଧାୟ ମାନଙ୍କୁ ପ୍ରଶ୍ନ କରିଥିଲେ । ଆଜି ପୁଣି ସମାନ ପ୍ରଶ୍ନ ଦୋହରାଇଛନ୍ତି ବିଜେପି ବିଧାୟକ । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଭିକେ ପାଣ୍ଡିଆନ  କିଏ ଓ ପୂର୍ବ ସରକାର କାହିଁକି ତାଙ୍କ ପାଇଁ ୭୨ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିଥିଲେ ତଦନ୍ତ ହେଉ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜବାବରେ ବିଜେଡ଼ି ବିଧାୟକ ସାରଦା ଜେନା ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସାରଦା ଜେନା କହିଛନ୍ତି , ବିଜେପି ଏବେ ସରକାରରେ ଅଛି , ଇଡି ଓ ସିବିଆଇ ତାଙ୍କ ପାଖରେ ଅଛି । ସରକାରକୁ ଆସିବାର ୧୮ ମାସ ବିତିଲାଣି ଯଦି କାର୍ୟନୁଷ୍ଠାନ ନେବା କଥା ନିଅନ୍ତୁ ବୋଲି କହିଛନ୍ତି ଶ୍ରୀ ଜେନା । ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀଙ୍କୁ ନିଶାଣ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଅଶୋକ ଦାସ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଉଭୟଙ୍କୁ କଟାକ୍ଷ କରି ଶ୍ରୀ ଦାସ କହିଛନ୍ତି , ବିଜେଡ଼ି-ବିଜେପି ଚତୁରେ କୋଳାକୋଳି , ସେମାନେ ମିଶିକି ଅଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories