www.samajalive.in
Tuesday, December 9, 2025
26.1 C
Bhubaneswar

ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ; ୧୯୩୦ କରିବ ସହାୟତା

କେନ୍ଦୁଝରଗଡ଼: ସାଇବର ଠକେଇର ଶିକାରକୁ ରୋକିବା ଲକ୍ଷ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ମାଧ୍ୟମରେ ଜିଲାରେ ଆରମ୍ଭ ହୋଇଛି ସଚେତନତା ରଥ। ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ଡିଏଫଓ ଧନରାଜ ଏଚ.ଡି. ଏସ୍‌‌.ପି ନିତିନ କୁଶଲକର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଜୋନାଲ ମ୍ୟାନେଜର ହିମାଦ୍ରୀ ଶେଖର ଦାଶ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ସଞ୍ଜୀବ କୁମାର ବାରିକ, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଓ କେନ୍ଦୁଝରଗଡ଼ ପୌର ନିର୍ବାହୀ ଡା.ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ସ୍ଥାନମାନଙ୍କରେ ସାଇବର ଠକେଇ ଓ ଅପରାଧ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବ ବୋଲି ଏସପି ଶ୍ରୀ କୁଶଲକର କହିଛନ୍ତି। ସୁରକ୍ଷିତ ସାଇବାର ଓଡ଼ିଶା ଲକ୍ଷ୍ୟରେ ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ସହ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ରିଜର୍ଭ ପୁଲିସ ପଡ଼ିଆରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ସୂଚନା ଦେଇଛନ୍ତି।

ଯେକୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ହେଲ୍ପଲାଇନ ନମ୍ବର ୧୯୩୦ ଯୋଗେ ତୁରନ୍ତ କଲ୍ କରିବା ସହ ଆବଶ୍ୟକସ୍ଥଳେ www.cybercrime.gov.in ଯୋଗେ ଲଗଇନ କରି ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି। ବିଶେଷକରି କିଭଳି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ, ପିଲାଙ୍କୁ କିଭଳି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥୀକ କାରବାର ସମୟରେ ସତର୍କତା ଅବଲମ୍ବନ କରିବା, ଅନ୍‌‌ଲାଇନ ସପିଙ୍ଗ୍‌ରେ ସତର୍କତା, କେୱାଇସି, ଆଧାର ଓ ପାନ କାର୍ଡ ସମ୍ପର୍କିିତ ଠକେଇ, ସର୍ଚ୍ଚ ଇଞ୍ଜିନର ବ୍ୟବହାର ଠକେଇ, ନିଯୁକ୍ତି ଠକେଇ, ଋଣ ଆପ ଠକେଇ, ମାଟ୍ରିମୋନିଆଲ ବା ଉପହାର ଠକେଇ, ଅଜଣା ନମ୍ବରୁ ଆସିଥିବା କଲ କିମ୍ବା ସିମ୍‌‌ସ୍ୱାପ୍‌‌ ଠକେଇ, ଟାସ୍ୱାର ସ୍ଥାପନ ନାମରେ ଠକେଇ, ଓଏଲଏକ୍ସ ଠକେଇ ଭଳି ଘରୋଇ ସତର୍କତା କିଭଳି ଅବଲମ୍ବନ କରିବେ ସେ ସମ୍ପର୍କରେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଏସ୍‌‌.ପି ସୂଚନା ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଛାତ୍ରଛାତ୍ରୀ ବିଶେଷଭାବେ ସାଇବର ଠକେଇର ଶୀକାର ହେଉଥିବାରୁ ସେମାନେ କିଭଳି ଇଣ୍ଟରନେଟ୍‌‌ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ୍‌‌ ବ୍ୟବହାରର ନୈତିକ ନିୟମ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଗେମିଙ୍ଗ ଆପ୍ଲିକେସନ ବ୍ୟବହାର କ୍ଷେତ୍ରରେ ସତର୍କତା, ଆର୍ଥିକ କାରବାରଜନିତ ସୁରକ୍ଷା, ଶିଶୁ ପର୍ନୋଗ୍ରାଫି, ପ୍ରତିଶୋଧମୂଳକ ପର୍ନୋଗ୍ରାଫି, ରିପୋର୍ଟିଂ ବା ସୂଚନା ପ୍ରଦାନ କରିବା ଆଦି ସମ୍ପର୍କରେ ବିଶେଷଭାବେ ଅବଗତ ହେବାପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ସମ୍ପର୍କରେ ସମସ୍ତେ ଅବଗତ ହୋଇ ନିଜେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରହି ସାଇବର ଅପରାଧର କଡା ମୁକାବିଲା କରିବାକୁ ଏହି ଉପଲକ୍ଷେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟକୋ କୁଜୁର ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସାଇବର କାର୍ଯ୍ୟକ୍ରମର ନୋଡାଲ ଅଫିସର ଡିଏସ୍‌‌ପି ଅମ୍ବିତ ମହାନ୍ତି, ଡିଆଇବି ଡିଏସ୍‌‌ପି ସରୋଜିନୀ ସାମଦ, ଡିଏସ୍‌‌ପି ଆଲୋକ ଜେନା, ରିଜର୍ଭ ଇନ୍ସପେକ୍ଟର ମାନସ କୁମାର ବେହେରା, ଟାଉନ ଥାନା ଅଧିକାରୀ ସୁନୀଲ କର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories