www.samajalive.in
Monday, December 15, 2025
24.1 C
Bhubaneswar

ସାଇବର ଠକେଇ ଅଭିଯୋଗ ପାଇଁ ବାରଦୁଆର, ଶିକ୍ଷୟିତ୍ରୀଙ୍କଠାରୁ ନେଇଗଲେ ୬୦ ହଜାର

ଭୁବନେଶ୍ବର: ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ିଲେ ସାଇବର ସେଲ୍ ନିକଟରେ ଅଭିଯୋଗ କରିବା ବ୍ୟବସ୍ଥା କରାଯାଇଛି। ହେଲେ ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଅପରାଧୀ ୧ ଲକ୍ଷ ୨୪ ହଜାର ଟଙ୍କା ହରାଇବା ପରେ ଦୁଇ ବର୍ଷ ହେବ ସେ ଥାନାରୁ ଆରମ୍ଭ କରି ସାଇବର ସହାୟତା କେନ୍ଦ୍ର ଏବଂ କଟକ ଅପରାଧ ନିୟନ୍ତ୍ରଣ ଶାଖାକୁ ବାରମ୍ବାର ଦୌଡ଼ିଥିଲେ ସୁଦ୍ଧା ମାମଲା ରୁଜୁ ହେଉନାହିଁ କିମ୍ବା ତାଙ୍କ ଘଟଣାର ତଦନ୍ତ ହେଉ ନଥିବା ଅଭିଯୋଗ କରିଛନ୍ତି ପଟିଆର ସନ୍ତୋଷ ତ୍ରିପାଠୀ।

ତାଙ୍କ ଅଭିଯୋଗ ଅନୁସାରେ ଗତ ଦୁଇ ବର୍ଷ ତଳେ ଏଟିଏମ୍‌ ମାଧ୍ୟମରେ ସେ ଠକାମିରେ ପଡ଼ିଥିଲେ। କେହି ଜଣେ ଦୁର୍ବୃତ୍ତ ଏଟିଏମ କାର୍ଡ ନମ୍ବର ବ୍ୟବହାର କରି ତାଙ୍କ ବ୍ୟାଙ୍କ ଜମାଖାତାରୁ ସବୁତକ ଟଙ୍କା ନେଇ ଯାଇଥିଲା। ପରେ ସେ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ନ କରିବାରୁ ସେ ପରେ କଟକ ଅପରାଧ ନିୟନ୍ତ୍ରଣ ଶାଖାରେ ଅଭିଯୋଗ କରିଥିଲେ। ହେଲେ କିଛି ଫଳ ହେଲାନାହିଁ। ଅପରପକ୍ଷେ ଭୁବନେଶ୍ବର ସାଇବର ସହାୟତା କେନ୍ଦ୍ରକୁ ଏନେଇ ଜଣାଇବାରୁ ସେଠାରେ ଥିବା ଅଧିକାରୀ ତାଙ୍କୁ ଆମେ କିଛି କରିପାରିବୁ ନାହଁ। ଦୁଇ ବର୍ଷ ତଳୁ ଆପଣଙ୍କ ଟଙ୍କା ଯାଇଛି ତାକୁ ଫେରାଇବା ମୁସ୍କିଲ। ଅପରପକ୍ଷେ ଏହା ଥାନା ନୁହେଁ ଏହା ଏକ ସାଇବର ସହାୟତା କେନ୍ଦ୍ର ବୋଲି ତାଙ୍କୁ କହିଥିଲେ।

- Advertisement -

ସେହିପରି କେୱାଇସି ବାହାନାରେ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ୬୦ ହଜାର ଟଙ୍କା ଠକି ନେଇଛନ୍ତି। ଶିକ୍ଷୟିତ୍ରୀ ବ୍ୟବହାର କରୁଥିବା ବିଏସ୍‌ଏନଏଲ ସିମ୍‌କାର୍ଡର ଅବଧି ସରିଯାଇଛି। ଚାଲୁ କରିବା ପାଇଁ କେୱାଇସି ଯାଞ୍ଚ କରିବାକୁ ପଡ଼ିବ। ଏଭଳି କଥା କହି ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଜ୍ୟୋତିଙ୍କଠାରୁ ସାଇବର ଅପରାଧୀ ପରିଚୟପତ୍ରର ସମସ୍ତ ବିବରଣୀ ନେଇ ମୋବାଇଲ ଫୋନ ରିଚାର୍ଜ କରାଇବା ବାହାନାରେ ମୋବାଇଲ ଫୋନ୍‌କୁ ଯାଇଥିବା ଓଟିପି ଦେବାକୁ କହି ତାଙ୍କ ବ୍ୟାଙ୍କ ଖାତାରୁ ୪ଟି କିସ୍ତିରେ ୬୦ହଜାର ଟଙ୍କା ଉଠାଇ ନେଇଥିଲା। ଠକାମିରେ ପଡ଼ିଥିବା ଶିକ୍ଷୟିତୀ ଶୁକ୍ରବାର ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ କରିଛନ୍ତି।

ଗତ ୨୯ତାରିଖରେ କମିସନରେଟ ପୁଲିସ ସାଇବର ଅପରାଧୀଙ୍କୁ ସିମ୍‌କାର୍ଡ ଯୋଗାଇ ଠକାମିରେ ସହଯୋଗ କରୁଥିବା ଏକ ୭ଜଣିଆ ଦଳକୁ ଠାବ କରିବା ପରେ ସାଇବର ଅପରାଧୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରୁଥିଲା। ହେଲେ ସେପରି କୌଣସିି ପରିବର୍ତ୍ତନ ପରିଲକ୍ଷିତ ହୋଇନାହଁି। ବର୍ତ୍ତମାନ ମଧ୍ୟ ସାଇବର ଅପରାଧୀ ସକ୍ରିୟ ଅଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories