www.samajalive.in
Monday, December 8, 2025
24.1 C
Bhubaneswar

ଏଣିକି ବିନା ସ୍ଲଟ ବରାଦରେ ଟିକା

ଭୁବନେଶ୍ୱର: ବିଏମ୍‍ସି ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରହିଥିବାବେଳେ ଏହାକୁ ବ୍ୟାପକ କରାଯାଇଛି। ଆସନ୍ତା ୫ତାରିଖରୁ ବିନା ସ୍ଲଟ୍‌ ବରାଦ​‌େ​‌ର ଟିକା ଦିଆଯିବ ବୋଲି ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ଯାନରେ ଟିକାକରଣ ସହିତ ନିୟମିତ ଭାବେ ସମସ୍ତ ସହରାଞ୍ଚଳ, ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଜୋରଦାର ଚାଲିଛି। ଟିକା ନେବା ପୂର୍ବରୁ ନାଗରିକଙ୍କୁ ସ୍ଲଟ୍‌ ବରାଦ କରିବାକୁ ପଡୁଛି। ହେଲେ ଅନେକ ସମୟରେ କୋ-ୱିନ୍‍ ଆପ୍‌ରେ ସ୍ଲଟ୍‌ ଉପଲବ୍ଧ ନହେବାରୁ ବିଏମ୍‍ସି ପ୍ରତି ଜନତାଙ୍କ ଅାକ୍ରୋଶ ବୃଦ୍ଧି ପାଉଛି। କିଛି ନାଗରିକ ବିନା ସ୍ଲଟ୍‌ରେ ଟିକା କେନ୍ଦ୍ରରେ ପହଞ୍ଚି ହୋହଲ୍ଲା କରୁଛନ୍ତି। ଏହାଦ୍ୱାରା ଟିକାକରଣ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ଦୂର ପାଇଁ ବିଏମ୍‍ସି ବିନା ସ୍ଲଟ୍‌ରେ ଟିକାକରଣ ଗୁରୁତ୍ୱ ଦେଇଛି। ପୂର୍ବରୁ ୧୦ଟି କେନ୍ଦ୍ରରେ ବିନା ସ୍ଲଟ୍‌ରେ ନାଗରିକଙ୍କୁ ଟିକା ଦିଆଯାଉଥିବାବେଳେ ଆସନ୍ତା ୫ ତାରିଖରୁ ଆଉ ୧୫ଟି କେନ୍ଦ୍ରରେ ଏହି ବ୍ୟବସ୍ଥା କରିଛି। ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ।

୬ ନମ୍ବର ରାଜଧାନୀ ଡାକ୍ତରଖାନା ସହିତ ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ କେନ୍ଦ୍ର ଯଥା- ଘାଟିକିଆ, କପିଳପ୍ରସାଦ, ୟୁନିଟ୍‍-୩, ନୀଳାଦ୍ରିବିହାର, ଝାରପଡ଼ା, ୟୁନିଟ୍‍-୯, ସହିଦନଗର, ନହରକଣ୍ଟା, ଆଇଆର୍‍ସି ଭିଲେଜ, କଳ୍ପନା, ଗାଡ଼କଣ, ୟୁନିଟ୍‍ -୪, ଡୁମୁଡୁମା ଏବଂ ପଟିଆରେ ଏହି ସୁବିଧା ମିଳିବ। ଉଭୟ ୧୮-୪୪ ବର୍ଷ ଏବଂ ୪୫ରୁ ଊର୍ଦ୍ଧ୍ବ ବୟସର ଲୋକ ପ୍ରଥମ ପାନ ଟିକା ନେଇପାରିବେ। ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ। ପୂର୍ବରୁ ନିର୍ଦ୍ଧାରିତ ୧୦ ଯାନରେ ଟିକାକରଣ କେନ୍ଦ୍ରରେ ମଧ୍ୟ ଏପରି ସୁବିଧା ଉପଲବ୍ଧ ହେବ। ତେବେ ଏଠାରେ କେବଳ ଦ୍ୱିତୀୟ ପାନ ଟିକା ଦିଆଯିବ। ପ୍ରଥମ ପାନର ପ୍ରମାଣପତ୍ର ଦେଖାଇ ନାଗରିକମାନେ ଟିକା ନେଇପାରିବେ। ଏହାଛଡ଼ା ପୂର୍ବରୁ ନିୟମିତ ଟିକାକରଣ ମଧ୍ୟ ଜାରି ରହିବ। ଯେଉଁ କେନ୍ଦ୍ରରେ ନାଗରିକମାନେ ପ୍ରଥମ ପାନ ଟିକା ନେଇଥିଲେ ସମ୍ପୃକ୍ତ କେନ୍ଦ୍ରକୁ ଯାଇ ଦ୍ୱିତୀୟ ପାନ ଟିକା ନେଇପାରିବେ। ତେବେ ଏହି ସବୁ କେନ୍ଦ୍ରରେ ଟିକାଦାନ ପୂର୍ବରୁ ପରିଚୟପତ୍ର ଯାଞ୍ଚ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ ୫ ଲକ୍ଷ ୧୦ ହଜାର ୩୩୭ ସମ୍ପୂର୍ଣ୍ଣ ଟିକାକରଣ ହୋଇଛନ୍ତି। ୯ ଲକ୍ଷ ୪୫ ହଜାର ୭୮ ପ୍ରଥମ ପାନ ଟିକା ନେଇଛନ୍ତି। ଆଜି ସୁଦ୍ଧା ୧୪ ଲକ୍ଷ ୫୫ ହଜାର ୪୪୫ ପାନ ଟିକା ଦିଆଯାଇଥିବା ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories