www.samajalive.in
Sunday, December 7, 2025
14.1 C
Bhubaneswar

ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ଉତ୍କଣ୍ଠାପୂର୍ଣ୍ଣ ବିଜୟ

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ବୁଧବାର ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ୨ ୱିକେଟରେ ବାଂଲାଦେଶକୁ ପରାସ୍ତକରି ନ୍ୟୁଜିଲାଣ୍ଡ କ୍ରମାଗତ ୨ୟ ବିଜୟ ହାସଲ କରିଛି। ଏହି ଦିବାରାତ୍ର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୪୯.୨ ଓଭରରେ ୨୪୪ ରନ୍‌କରି ଅଲ୍ଆଉଟ ହୋଇଥିଲା। ସାକିବ୍ ଅଲ୍‌ ହାସନ୍ ଅର୍ଦ୍ଧଶତକ ମାରିଥିଲେ ହେଁ ଫାଷ୍ଟବୋଲର ମ୍ୟାଟ୍‌ ହେନ୍‌ରି ୪ଟି ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇଥିଲେ। ପରେ ରସ୍‌ ଟେଲରଙ୍କ ୮୨ ରନ୍‌ର ଇନିଂସ ସତ୍ତ୍ବେ ଶେଷଆଡ଼କୁ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇ ଯାଇଥିଲା। ତେବେ ୧୪.୧ ଓଭରରେ ୮ ୱିକେଟ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇ ପାରିଥିଲା। ନ୍ୟୁଜିଲାଣ୍ଡ ୨ ୱିକେଟରେ ୧୬୦ ରନ୍ କରିଥିଲେ ହେଁ ବାଂଲାଦେଶ ବୋଲର ନିୟମିତ ୱିକେଟ ନେଇ ମ୍ୟାଚ୍‌କୁ ଉତ୍କଣ୍ଠାପୂର୍ଣ୍ଣ କରି ଦେଇଥିଲେ। ବାଂଲାଦେଶର ଏହା ପ୍ରଥମ ପରାଜୟ।
୨୪୫ ରନ୍ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଦ୍ରୁତଗତିରେ ତା’ର ଇନିଂସ ଆରମ୍ଭ କରିଥିଲା। ୫ ଓଭରରେ ୩୫ ରନ୍ ହେବା ପରେ ମାର୍ଟିନ୍ ଗପ୍‌ଟିଲ ୧୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‌କରି ଆଉଟ ହୋଇ ଯାଇଥିଲେ। ୧୦ମ ଓଭରର କଲିନ୍ ମନ୍‌ରୋ ୩୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ ହୋଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରସ୍ ଟେଲର ଓ ଅଧିନାୟକ କେନ୍ ୱିଲିୟମ୍‌ସନ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୨୧ ଓଭରରେ ୧୦୫ ରନ୍ ଯୋଡ଼ିଥିଲେ। ୱିଲିୟମ୍‌ସନ ୭୨ ବଲ୍‌ରୁ ୧୪୦ ରନ୍‌କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ ବିନା ସ୍କୋର୍‌ରେ ବିଦାୟ ନେଇଥିଲେ। ଟେଲର ୯୧ ବଲ୍‌ରୁ ୯ଟି ଚୌକା ସହ ୮୨ ରନ୍‌କରି ବିଦାୟ ନେଇଥିଲେ। କଲିନ୍ ଡି ଗ୍ରାଣ୍ଡହୋମ୍ ୨ଟି ଚୌକା ସହ ୧୫ ରନ୍‌କରି ଆଉଟ ହୋଇଥିଲେ। ଭଲ ବ୍ୟାଟିଂ କରୁଥିବା ଜେମ୍‌ସ ନିସାମ୍ ଆଉଟ ହୋଇଯିବା ନ୍ୟୁଜିଲାଣ୍ଡ ପାଇଁ ଶକ୍ତ ଧକ୍କା ଥିଲା। ନିସାମ୍ ୩୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍ କରିଥିଲେ। ୨୧୮ ରନ୍ ସ୍କୋର୍‌ରେ ୨ଟି ୱିକେଟ ପଡ଼ି ଯାଇଥିଲା। ୮ମ ୱିକେଟ ଭାବେ ମ୍ୟାଟ୍‌ ହେନ୍‌ରି (୬) ଆଉଟ ହୋଇଥିଲେ। ମିଚେଲ ସାଣ୍ଟ୍‌ନର ୧୨ ବଲ୍‌ରୁ ୨ଟି ଚୌକା ସହ ଅପରାଜିତ ୧୭ ରନ୍‌କରି ଦଳକୁ ଜିତାଇଥିଲେ। ମେହ୍‌ଦି ହାସନ୍ ମିରାଜ, ସାକିବ୍ ଅଲ୍‌ ହାସନ୍, ମହମ୍ମଦ ସୈଫୁଦ୍ଦିନ ଓ ମୋସାଦେକ୍ ହୋସେନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ତାଙ୍କ ମ୍ୟାଚ୍ ବିଜୟୀ ଇନିଂସ ପାଇଁ ରସ୍‌ ଟେଲର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଓପ୍‌ନିଂ ଯୋଡ଼ି ୪୫ ରନ୍‌ର ଭାଗିଦାରୀ କରିଥିଲେ। ତମିମ୍ ଇକ୍‌ବାଲ ୩୮ ବଲ୍‌ରୁ ୨୪ ଏବଂ ସୌମ୍ୟ ସରକାର ୨୫ ବଲ୍‌ରୁ ୨୫ ରନ୍‌କରି ବିଦାୟ ନେଇଥିଲେ। ପରେ ଅଭିଜ୍ଞ ସାକିବ୍ ଅଲ୍‌ ହାସନ୍ ଇନିଂସ ସମ୍ଭାଳିଥିଲେ। ତେବେ ମଧ୍ୟକ୍ରମର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲେ। ୨ୟ ୱିକେଟ ପାଇଁ ଗତ ମ୍ୟାଚ୍‌ର ଦୁଇ ହିରୋ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍ ୫୦ ରନ୍ ଯୋଡ଼ିଥିଲେ। ମୁସ୍‌ଫିକୁର ୧୯ ରନ୍ କରିଥିଲେ। ବାମହାତି ସାକିବ୍ ଅଲ୍ ହାସନ୍ ୬୮ ବଲ୍‌ରୁ ୭ଟି ଚୌକା ସହ ୬୪ ରନ୍ କରିଥିଲେ। ମହମ୍ମଦ ମିଠୁନ୍ ୩୩ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ଅଭିଜ୍ଞ ମହମ୍ମଦୁଲ୍ଲା ୨୦ ରନ୍ କରି ପାରିଥିଲେ। ଶେଷଆଡ଼କୁ ମହମ୍ମଦ ସୈଫୁଦ୍ଦିନ୍ ୨୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍‌ର ଉପଯୋଗୀ ଇନିଂସ ଖେଳିିଥିଲେ। ଫାଷ୍ଟ ବୋଲର ମ୍ୟାଟ୍‌ ହେନ୍‌ରି ୪୭ ରନ୍‌ଦେଇ ୪ଟି ଏବଂ ବାମହାତି ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍‌ଟ ୪୪ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ।

ସ୍କୋରବୋର୍ଡ

- Advertisement -

ବାଂଲାଦେଶ (୪୯.୨ ଓଭର ) ୨୪୪
ତମିମ୍‌ କ୍ୟା ବୋଲଟ୍ ବୋ ଫର୍ଗୁସନ୍ ୨୪
ସୌମ୍ୟ  ବୋ ହେନ୍‌ରି ୨୫
ସାକିବ୍‌ କ୍ୟା ଲାଥାମ୍‌ ବୋ ଗ୍ରାଣ୍ଡହୋମ୍‌ ୬୪
ମୁସ୍‌ଫିକୁର ରନ୍‌ଆଉଟ୍ ୧୯
ମିଥୁନ୍‌ କ୍ୟା ଗ୍ରାଣ୍ଡହୋମ୍‌ ବୋ ହେନ୍‌ରି ୨୬
ମହମ୍ମଦୁଲ୍ଲା କ୍ୟା ୱିଲିୟମସନ୍‌ ବୋ ସାଣ୍ଟ୍‌ନର ୨୦
ମୋସାଦେକ୍‌ କ୍ୟା ଗପଟିଲ୍‌ ବୋ ବୋଲଟ୍ ୧୧
ସୌଫୁଦ୍ଦିନ୍‌ ବୋ ହେନ୍‌ରି ୨୯
ମେହେଦି କ୍ୟା ଲାଥାମ୍‌ ବୋ ବୋଲ୍‌ଟ ୭
ମୋର୍ତାଜା କ୍ୟା ବୋଲ୍‌ଟ ବୋ ହେନ୍‌ରି ୧
ମୁସ୍ତାଫିଜୁର ଅପରାଜିତ ୦
ଅତିରିକ୍ତ ୧୮
ୱିକେଟ ପତନ: ୧ମ-୪୫, ୨ୟ-୬୦, ୩ୟ-୧୧୦, ୪ର୍ଥ-୧୫୧, ୫ମ-୧୭୯, ୬ଷ୍ଠ-୧୯୭, ୭ମ-୨୨୪, ୮ମ-୨୩୫, ୯ମ-୨୪୪।
ବୋଲିଂ: ହେନ୍‌ରି ୯-୦-୪୭-୪, ବୋଲ୍‌ଟ ୧୦-୦-୪୪-୨, ଫର୍ଗୁସନ୍‌ ୧୦-୦-୪୦-୧, ଗ୍ରାଣ୍ଡହୋମ୍‌ ୮-୦-୩୯-୧, ନିସାମ ୨-୦-୨୪-୦, ସାଣ୍ଟ୍‌ନର ୧୦-୧-୪୧-୧।
ନ୍ୟୁଜିଲାଣ୍ଡ (୪୭.୧ ଓଭର ) ୮/୨୪୮
ଗପ୍‌ଟିଲ କ୍ୟା ତମିମ୍ ବୋ ସାକିବ୍ ୨୫
ମନ୍‌ରୋ କ୍ୟା ମିରାଜ୍ ବୋ ସାକିବ୍ ୨୪
ୱିଲିୟମ୍‌ସନ କ୍ୟା ମୋସାଦେକ୍ ବୋ ମିରାଜ୍ ୪୦
ଟେଲର କ୍ୟା ରହିମ୍ ବୋ ମୋସାଦେକ୍ ୮୨
ଲାଥାମ୍ କ୍ୟା ସୈଫୁଦ୍ଦିନ୍ ବୋ ମିରାଜ୍ ୦
ନିସାମ୍ କ୍ୟା ସୋମ୍ୟ ବୋ ମୋସାଦେକ୍ ୨୫
ଗ୍ରାଣ୍ଡହୋମ୍ କ୍ୟା ରହିମ୍ ବୋ ସୈଫୁଦ୍ଦିନ୍ ୧୫
ସାଣ୍ଟ୍‌ନର  ଅପରାଜିତ ୧୭
ହେନ୍‌ରି   ବୋ ସୈଫୁଦ୍ଦିନ୍ ୬
ଫର୍ଗୁସନ୍   ଅପରାଜିତ ୪
ଅତିରିକ୍ତ ୧୦
ୱିକେଟ ପତନ: ୧ମ-୩୫, ୨ୟ-୫୫, ୩ୟ-୧୬୦, ୪ର୍ଥ-୧୬୨, ୫ମ-୧୯୧, ୬ଷ୍ଠ-୨୧୮, ୭ମ-୨୧୮, ୮ମ-୨୩୮।
ବୋଲିଂ: ମୋର୍ତାଜା ୫-୦-୩୨-୦, ମିରାଜ୍ ୧୦-୦-୪୭-୨, ମୁସ୍ତାଫିଜୁର ୭.୧-୦-୪୮-୦, ସାକିବ୍ ୧୦-୦-୪୭-୨, ସୈଫୁଦ୍ଦିନ୍ ୭-୦-୪୧-୨, ମୋସାଦେକ୍ ୮-୦-୩୩-୨।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories