www.samajalive.in
Monday, December 8, 2025
14.1 C
Bhubaneswar

ସାକିବ୍‌ଙ୍କ ଶତକ ନିଷ୍ଫଳ; ରୟଙ୍କ ଶତକ ବଳରେ ଇଂଲଣ୍ଡର ବିପୁଳ ବିଜୟ

କାର୍ଡିଫ୍ : ଚଳିତ ବିଶ୍ବକପ୍‌ରେ କ୍ରମାଗତ ୩ୟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିବାରୁ କ୍ରମାଗତ ୩ୟ ମ୍ୟାଚ୍‌ରେ ଇଂଲଣ୍ଡ ୩ ଶହରୁ ଅଧିକ ରନ୍ ସ୍କୋର୍ କରିପାରିଛି। ଫଳରେ ବାଂଲାଦେଶ ବିପକ୍ଷରେ ଶନିବାର ୧୦୬ ରନ୍‌ର ବିପୁଳ ବ୍ୟବଧାନରେ ଇଂଲଣ୍ଡ ଜିତିପାରିଛି। ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୬ ୱିକେଟରେ ୩୮୬ ରନ୍ କରିଥିଲା। ଓପ୍‌ନର ଜେସନ୍ ରୟ ବିସ୍ଫୋରକ ଶତକ ମାରିଥିବା ​‌େ​‌ବଳେ ଜନି ବେୟାରଷ୍ଟୋ ଓ ଜୋସ୍‌ ବଟ୍‌ଲର ଅର୍ଦ୍ଧଶତକ ମାରିବାରୁ ଇଂଲଣ୍ଡର ଏହି ବିଶାଳ ସ୍କୋର୍ କରିଥିଲା। ସାକିବ୍ ଅଲ୍‌ ହାସନ୍ ଶତକ ମାରିଥିଲେ ହେଁ ବାଂଲାଦେଶ ୪୮.୫ ଓଭରରେ ୨୮୦ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ୩ୟ ମ୍ୟାଚ୍‌ରେ ଇଂଲଣ୍ଡର ଏହା ୨ୟ ବିଜୟ ହୋଇଥିବା ବେଳେ ୩ୟ ମ୍ୟାଚ୍‌ରେ ବାଂଲାଦେଶ ୨ୟ ପରାଜୟ ଭୋଗିଛି।
ବାଂଲାଦେଶ ୩୮୭ ରନ୍ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିଥିଲା। ସୌମ୍ୟ ସରକାର ୨ ରନ୍‌କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ପରେ ଦୁଇ ବାମହାତି ତମିମ୍ ଇକ୍‌ବାଲ ଓ ସାକିବ୍ ଅଲ୍‌ ହାସନ୍ ୫୫ ରନ୍ ଯୋଡ଼ିବା ପରେ ତମିମ୍ ୨୯ ବଲ୍‌ରୁ ଗୋଟିଏ ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ସାକିବ୍ ଓ ମୁସ୍‌ଫିକୁର ରହିମ୍ ୧୦୬ ରନ୍‌ର ଯୋଗଦାନ କରିଥିଲେ। ମୁସ୍‌ଫିକୁର ୪୪ ରନ୍‌କରି ଆଉଟ ହେବା ପରେ ମହମ୍ମଦ ମିଠୁନ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଗତ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିବା ସାକିବ୍ ୮ମ ଦିନିକିଆ ଶତକ ପୂରଣ କରିଥିଲେ। ସାକିବ୍ ୧୧୯ ବଲ୍‌ରୁ ଗୋଟିଏ ଛକା ଓ ୧୨ଟି ଚୌକା ସହ ୧୨୧ ରନ୍‌କରି ଆଉଟ ହୋଇଥିଲେ। ବାଂଲାଦେଶର ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ମହମ୍ମଦୁଲ୍ଲା ୨୮ ରନ୍ କରିଥିବା ବେଳେ ମୋସାଦେକ୍ ହୋସେନ୍ ୧୬ ବଲ୍‌ରୁ ୪ଟି ଚୌକା ସହ ୨୬ ରନ୍ କରିଥିଲେ। ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍‌ସ ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ୱିକେଟ ନେଇଥିଲେ। ଜେସନ୍ ରୟ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ବାଂଲାଦେଶ ଟସ୍ ଜିିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଇଂଲଣ୍ଡ ଓପ୍‌ନର ଜେସନ୍ ରୟ ଆରମ୍ଭରୁ ଆକ୍ରମଣ କରିଥିଲେ। ପରେ ଜନି ବେୟାରଷ୍ଟୋ ମଧ୍ୟ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଇଂଲଣ୍ଡର ଓପ୍‌ନିଂ ଯୋଡ଼ି ୧୯ ଓଭରରେ ୧୨୮ ରନ୍‌ର ଭାଗିଦାରୀ କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ୨ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଫର୍ମକୁ ଫେରିଥିବା ବେୟାରଷ୍ଟୋ ୫୦ ବଲ୍‌ରୁ ୬ଟି ଚୌକା ସହ ୫୧ ରନ୍ କରିଥିଲେ। ଫର୍ମରେ ଥିବା ଜୋ ରୁଟ୍ ଓ ଜେସନ୍ ରୟଙ୍କ ମଧ୍ୟରେ ୨ୟ ୱିକେଟ ପାଇଁ ୭୭ ରନ୍‌ର ଭାଗିଦାରୀ ହୋଇଥିବା ବେଳେ ଏଥିରେ ରୟ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରୁଟ୍ ୨୯ ବଲ୍‌ରୁ ଗୋଟିଏ ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ୨୭ତମ ଓଭରରେ ୯୨ ବଲ୍‌ରୁ ରୟ ଶତକ ପୂରଣ କରିଥିଲେ। ଏହି ବିଶ୍ବକପ୍‌ରେ ଅଦ୍ୟାବଧି ସର୍ବାଧିକ ରନ୍ କରିଥିବା ଜେସନ୍ ରୟ ୧୨୧ ବଲ୍‌ରୁ ୫ଟି ଛକା ଓ ୧୪ଟି ଚୌକା ସହ ୧୫୩ ରନ୍‌କରି ଆଉଟ ହୋଇଥିଲେ। ଏହା ରୟଙ୍କ ୯ମ ଦିନିକିଅା ଶତକ। ଜୋସ୍ ବଟ୍‌ଲର ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବଟ୍‌ଲର ଓ ଅଧିନାୟକ ଇଓନ୍ ମୋର୍ଗାନ୍ ୪ର୍ଥ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ବଟ୍‌ଲର ୪୪ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୬୪ ରନ୍ କରିଥିବା ବେଳେ ବାମହାତି ମୋର୍ଗାନ୍ ୩୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୫ ରନ୍ କରିଥିଲେ। ​‌କ୍ରିସ୍ ୱକ୍‌ସ ଓ ଲିଆମ୍ ପ୍ଲଙ୍କେଟ ଆକ୍ରମଣାତ୍ମକ ବ୍ୟାଟିଂକରି ଶେଷ ୩ ଓଭରରୁ ୪୫ ରନ୍ ନେଇଥିଲେ। ୱକ୍‌ସ ୮ ବଲ୍‌ରୁ ୨ଟି ଛକା ସହ ୧୮ ଏବଂ ପ୍ଲଙ୍କେଟ୍‌ ୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସୈଫୁଦ୍ଦିନ୍ ଓ ମେହ୍‌ଦି ହାସନ୍ ମିରାଜ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ। କ୍ରମାଗତ ୭ମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୩ ଶହରୁ ଅଧିକ ରନ୍ କରିପାରିଛି। ୩୮୬ ରନ୍ ବିଶ୍ବକପ୍‌ରେ ଇଂଲଣ୍ଡର ସର୍ବାଧିକ ସ୍କୋର୍।

ସ୍କୋରବୋର୍ଡ

- Advertisement -

ଇଂଲଣ୍ଡ (୫୦ଓଭର ) ୬/୩୮୬
ଜେସନ୍‌ କ୍ୟା ମୋର୍ତ୍ତଜା ବୋ ମେହେଦି ୧୫୩
ବେୟାରଷ୍ଟୋ କ୍ୟା ମେହେଦି ବୋ ମୋର୍ତ୍ତଜା ୫୧
ରୁଟ୍ ବୋ ସୈଫୁଦ୍ଦିନ୍ ୨୧
ବଟ୍‌ଲର କ୍ୟା ସୌମ୍ୟ ବୋ ସୈଫୁଦ୍ଦିନ୍‌ ୬୪
ମୋର୍ଗାନ୍ କ୍ୟା ସୌମ୍ୟ ବୋ ମେହେଦି ୩୫
ଷ୍ଟୋକ୍‌ସ କ୍ୟା ମୋର୍ତ୍ତଜା ବୋ ମୁସ୍ତାଫିଜୁର୍‌ ୬
ୱକ୍‌ସ ଅପରାଜିତ ୧୮
ପ୍ଲୁକେଟ୍‌ ଅପରାଜିତ ୨୭
ଅତିରିକ୍ତ ୧୧
ୱିକେଟ ପତନ: ୧ମ-୧୨୮, ୨ୟ-୨୦୫, ୩ୟ-୨୩୫, ୪ର୍ଥ-୩୩୦, ୫ମ-୩୪୦, ୬ଷ୍ଠ-୩୪୧।
ବୋଲିଂ: ସାକିବ୍‌ ୧୦-୦-୭୧-୦, ମୋର୍ତ୍ତଜା ୧୦-୦-୬୮-୧, ସୈଫୁଦ୍ଦିନ୍‌ ୯-୦-୭୮-୨, ମୁସ୍ତାଫିଜୁର ୯-୦-୭୫-୧, ମେହେଦି ୧୦-୦-୬୭-୨, ମୋସାଦେକ୍‌ ୨-୦-୨୪-୦।
ବାଂଲାଦେଶ (୪୮.୫ ଓଭର ) ୨୮୦
ତମିମ୍‌ କ୍ୟା ମୋର୍ଗାନ୍‌ ବୋ ଉଡ୍ ୧୯
ସୌମ୍ୟ ବୋ ଆର୍ଚର ୨
ସାକିବ୍‌   ବୋ ଷ୍ଟୋକ୍‌ସ ୧୨୧
ମୁସ୍‌ଫିକୁର କ୍ୟା ରୟ ବୋ ପ୍ଲ​‌ଙ୍କେଟ୍‌ ୪୪
ମିଠୁନ୍‌ କ୍ୟା ବେୟାରଷ୍ଟୋ ବୋ ରସିଦ୍‌ ୦
ମହମ୍ମଦୁଲ୍ଲା କ୍ୟା ବେୟାରଷ୍ଟୋ ବୋ ଉଡ୍‌ ୨୮
ମୋସାଦେକ୍ କ୍ୟା ଆର୍ଚର ବୋ ଷ୍ଟୋକ୍‌ସ ୨୬
ସୈଫୁଦ୍ଦିନ୍   ​‌େ​‌ବା ଷ୍ଟୋକ୍‌ସ ୫
ମିରାଜ୍ କ୍ୟା ବେୟାରଷ୍ଟୋ ବୋ ଆର୍ଚର ୧୨
ମୋର୍ତାଜା  ଅପରାଜିତ ୪
ମୁସ୍ତାଫିଜୁର କ୍ୟା ବେୟାରଷ୍ଟୋ ବୋ ଆର୍ଚର ୦
ଅତିରିକ୍ତ ୧୯
ୱିକେଟ ପତନ: ୧ମ-୮, ୨ୟ-୬୩, ୩ୟ-୧୬୯, ୪ର୍ଥ-୧୭୦, ୫ମ-୨୧୯, ୬ଷ୍ଠ-୨୫୪, ୭ମ-୨୬୧, ୮ମ-୨୬୪, ୯ମ-୨୮୦।
ବୋଲିଂ: ୱକ୍‌ସ ୮-୦-୬୭-୦, ଆର୍ଚର ୮.୫-୨-୨୯-୩, ପ୍ଲଙ୍କେଟ୍ ୮-୦-୩୬-୧, ଉଡ୍ ୮-୦-୫୨-୨, ରସିଦ୍‌ ୧୦-୦-୬୪-୧, ଷ୍ଟୋକ୍‌ସ ୬-୧-୨୩-୩।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories