କାବେରୀ ଜଳ ବିବାଦ : ୩ ମାସ ସମୟ ମାଗିଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ : କାବେରୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ତିନି ମାସ ଅଧିକ ସମୟ ଲୋଡିଛନ୍ତି। ମେ’ ୧୨ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବର୍ତ୍ତମାନ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି ବୋଲି ଶନିବାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାହା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଲୋଡିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବାର ଛଅ ସପ୍ତାହ ମଧ୍ୟରେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ଏହି ସମୟସୀମା ଅତିକ୍ରାନ୍ତ ହୋଇସାରିଥିବାରୁ ରାଜ୍ୟର ଚାଷୀକୂଳ ବ୍ୟତିବ୍ୟସ୍ତ ହୋଇପଡିଲେଣି ବୋଲି ତାମିଲନାଡୁ ଅଭିଯୋଗ କରିଛି। ସୁପ୍ରିମକୋର୍ଟ ତାଙ୍କର ଚୂଡାନ୍ତ ରାୟରେ କର୍ଣ୍ଣାଟକ ୧୪.୭୫ ଟିଏମ୍‌ ବର୍ଗଫୁଟ ଅଧିକ ପାଣି ପାଇବ ବୋଲି ଦର୍ଶାଇଥିଲେ।

Leave A Reply